ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ଲୋଡିଥିଲେ। ସେହିପରି କଶ୍ମୀର ଛାତ୍ର ତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ଥିତି ସମ୍ପର୍କରେ ପଚାରିବା ସହିତ ସୋଲିସିଟର ଜେନେରାଲଙ୍କୁ ଛାତ୍ରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟେଚୁରୀ କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି ଜମ୍ମୁକାଶ୍ମୀର ଯାଇପାରିବେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ୟେଚୁରୀଙ୍କ ଶ୍ରୀନଗର ଯାତ୍ରାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଇ ଏହାକୁ ବାରଣ କରାଯାଇଥିଲା।