ଭୁବନେଶ୍ଵର: ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କରିଛନ୍ତି ସରକାରୀ ଦଳର ବିଧାୟକ। ବାରମ୍ବାର ଗୃହକୁ ବନ୍ଦ କରିବା ଏକ ନିନ୍ଦନୀୟ ଘଟଣା। ସବୁ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିବା ସତ୍ତ୍ୱେ ବିରୋଧୀ ଏପରି ଆଚରଣ କରୁଛନ୍ତି। ସେମାନେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଏପରି କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ଅଶୋକ ମହାନ୍ତି ଓ ମାନସ ଦତ୍ତ।


