ପେରୁର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୨୨୭ ଜଣ ଶିଶୁଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଏହି କଙ୍କାଳ ଗୁଡିକ କଲମ୍ବିଆର ଚିମୁ ସଭ୍ୟତାର ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି। ପେରୁର ରାଜଧାନୀ ଲିମାର ଉତ୍ତରରେ ଅବସ୍ଥାପିତ ହୁଆନ୍ଚାକୋରୁ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି। ଏହି ସମସ୍ତ ଅସ୍ଥି ଗୁଡିକ ଏକ ସଙ୍ଗରେ ପୋତାଯାଇଥିବା ଜଣାପଡିଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବିଗତ ଏକ ବର୍ଷ ହେବ ଏହି ସ୍ଥାନର ଖୋଦେଇ କରାଯାଉଥିବା ବେଳେ ମଙ୍ଗଳବାର ଦିନ ଏହି କଙ୍କାଳ ଗୁଡିକ ଜବତ କରାଯାଇଛି। ବଳି ଦିଆଯାଇଥିବା ଶିଶୁ ମାନଙ୍କର ବୟସ ୪ ରୁ ୧୪ ମଧ୍ୟରେ ବୋଲି ପେରୁ ପ୍ରତ୍ନତତ୍ତ୍ବ ବିଭାଗ ମୂଖ୍ୟ ଫ୍ରିନ୍ କାଷ୍ଟିଲୋ ପ୍ରକାଶ କରିଛନ୍ତି। ସମାନ ସ୍ଥଳରୁ ଜୁନ୍ ୨୦୧୮ ରେ ୫୬ ଟି କଙ୍କାଳ ଉଦ୍ଧାର କରିଥିଲେ ପ୍ରତ୍ନତତ୍ତ୍ବ ବିଭାଗ।


