ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଟଙ୍କପାଣି ବ୍ରିଜ୍ରୁ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି। ଗୁରୁବାର ଏହି ଘଟଣା ପରେ ଟଙ୍କପାଣି ବ୍ରିଜ୍ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଯୁବକ ଜଣକ ଟଙ୍କପାଣି ବ୍ରିଜ୍ ଉପରୁ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ନଦୀରେ ପଡ଼ିବା ପରେ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ନିଖୋଜ ଯୁବକଙ୍କ ଘର ବରଗଡ଼ ଅଞ୍ଚଳରେ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।
ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ତଲାସୀ ଅଭିଯାନ ଜାରି ରଖିଛନ୍ତି।
ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ନଦୀକୁ ଡେଇଁଲେ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ବେଳେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି।


