Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ
ଆଜିର ଖବର

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ
ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨)।

ସମ୍ବଲପୁର ସାଇବର ଥାନା ମାମଲା ନଂ-୩୪, ତା. ୨୨.୦୯.୨୦୨୬ର ତଦନ୍ତ ବେଳେ ଏହି ନକଲି ସିମ୍‌ କାରବାର ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନେ ଗ୍ରାହକଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଏକାଧିକ ସିମ୍‌ ପ୍ରସ୍ତୁତ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମ୍‌ ଦେବା ପରେ ଅତିରିକ୍ତ ସିମ୍‌ଗୁଡ଼ିକୁ ନିଜ ପାଖରେ ରଖି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ଏହିପରି ଭାବେ ପ୍ରସ୍ତୁତ କିଛି ସିମ୍‌ ଝାଡ଼ଖଣ୍ଡର ଜାମତାରା ଅଞ୍ଚଳରେ ସାଇବର ଅପରାଧରେ ବ୍ୟବହୃତ ହେଉଥିଲା। ସିମ୍‌ ବିକ୍ରିରୁ ମିଳୁଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ନେଇ ମଧ୍ୟ ତଥ୍ୟ ମିଳିଛି।

ଅଭିଯୁକ୍ତମାନଙ୍କ ନିକଟରୁ ୪ ଟି ମୋବାଇଲ୍‌ ଫୋନ୍‌, ୪ଟି ସକ୍ରିୟ ସିମ୍‌, ୧୨୦ଟି ସିଲ୍‌ ଥିବା ଖାଲି ଏୟାରଟେଲ୍‌ ସିମ୍‌ କାର୍ଡ, ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଆଧାର କାର୍ଡ, ଗୋଟିଏ ଫୋନ୍‌ପେ କ୍ୟୁଆର୍‌ କୋଡ୍‌ ସ୍କାନର, ୪ଟି ଆଫିଡେଭିଟ୍‌, ଘରଭଡ଼ା ଚୁକ୍ତିପତ୍ର, ୧୦ଟି ଏୟାରଟେଲ୍‌ ପାମ୍ପଲେଟ୍‌ ଓ ୪ଟି ଏୟାରଟେଲ୍‌ ୫ଜି ପ୍ଲସ୍‌ ସାଇନ୍‌ବୋର୍ଡ ଜବତ କରାଯାଇଛି।

ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, କେତେ ସିମ୍‌ ପ୍ରସ୍ତୁତ ହୋଇଛି, କାହାକୁ ଯୋଗାଇ ଦିଆଯାଇଛି ଏବଂ କେତେ ପରିମାଣରେ ଅର୍ଥ କାରବାର ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜାମତାରା ସହ ଏହି ନେଟୱର୍କର ସମ୍ପର୍କ ନେଇ ମଧ୍ୟ ତଦନ୍ତ କରାଯାଉଛି।

ଅଭିଯୁକ୍ତ ଗିରଫ ନକଲି ସିମ୍‌ କାରବାର ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026
Latest News

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.