ଖୋର୍ଦ୍ଧା: ଓଡିଶା ବରିଷ୍ଠ ନାଗରିକ ସଙ୍ଘର ମହାସଚିବ ଡ଼ଃ. ଯୁଗଳ କିଶୋର ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର ଓ କିଛି ସଂଘର ସଦସ୍ୟ ଆଜି ଅପରାହ୍ନ ପାଞ୍ଚ ଘଂଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ସଙ୍ଘର ସମସ୍ତ ସଦସ୍ୟଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଏବଂ ଏହାର ସମାଧାନ ଦିଗରେ ଆଲୋଚନା କରିବା ସହ ୨୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଦାବିପତ୍ରରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା, ଜାତାୟତ ନିମନ୍ତେ ସରକାରୀ ରିହାତି, ଭତ୍ତା ଆଦି ୨୨ ଗୋଟି ଦାବୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ସଭାଗୃହ ଠାରେ ହୋଇଥିବା ମହା ଅଧିବେଶନରେ ଆଲୋଚନା କରାଯାଇଥିବା ସମସ୍ତ କଥା ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସଂଘୀୟ ପତ୍ରିକା, “ଅନୁଭବ” କୁ ମଧ୍ୟ ପ୍ରଦାନ କରିଛନ୍ତି।
ଏହି ଦାବିପତ୍ରକୁ ପାଇବା ପରେ ଜିଲ୍ଲାପାଳ ଏହାର ବିଚାରକରୀ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାମାଜିକ ରାଜ୍ୟ ସଶକ୍ତି କରଣ ବିଭାଗକୂ ଉକ୍ତ ଦାବିପତ୍ର ପଠାଇଛନ୍ତି।
ଆଜିର ପାଗ ଅନୁକୂଳ ସତ୍ତ୍ୱେ ଜିଲ୍ଲାପାଳ ବରିଷ୍ଠ ନାଗରିକ ମାନଙ୍କ ସହିତ ଆଲୋଚନାକରି ଥିବାରୁ ଜିଲ୍ଲା ସଭାପତି ଡ଼ଃ. ଚିନ୍ତା ମଣି ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତା ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ପ୍ରଦାନ କରି ଖୁସିବ୍ୟକ୍ତ କରିଛନ୍ତି।


