ଭାରତୀୟ ବଜାରରେ ପ୍ରବେଶ କଲା ରେନଲ୍ଟ ଟ୍ରାଇବର। ଏହି କାର୍ର ମୂଲ୍ୟ ଭାରତୀୟ ବଜାରରେ ୪ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଏହି କାର୍ର ଚାରିଟି ମଡେଲ୍ ଲଞ୍ଚ କରାଯାଇଥିବା ବେଳେ କାର୍ର ସର୍ବାଧିକ ମୂଲ୍ୟ ୬ ଲକ୍ଷ ୪୯ ହଜାର ଟଙ୍କା ରହିଛି। ଏହି କାର୍ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ମଡେଲ୍ରେ ଉପଲବ୍ଧ ହେବ। ଏହି କାର୍ଟି ୭ ସିଟର୍ ବିଶିଷ୍ଟ ହୋଇଥିବାରୁ ଏହା ଭାରତୀୟ ବଜାର ପାଇଁ ବଢିଆ ବୋଲି ରେନଲ୍ଟ ପକ୍ଷରୁ କୁହାଯାଇଛି। ଏହି କାର୍ରେ ରେନଲ୍ଟ କ୍ବିଡ୍ ପରି ୧.୦ ଲି, ତିନି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ୍ ରହିଛି। ଏହି କାର୍ରେ ୭୧ ବିଏଚ୍ପି ଟର୍କ ରହିଥିବା ବେଳେ ଏହା ସର୍ବାଧିକ ୯୬ ଏନ୍ଏମ୍ ଟର୍କ ଛୁଇଁପାରିବ। ୫ ସ୍ପିଡ୍ ଗିଅର ବିଶିଷ୍ଟ ଏହି କାର୍ଟି ୯୪୭ କିଗ୍ରା ଓଜନ ବହନ କରିପାରିବ। ଏହି କାର୍ଟି ଲିଟର ପିଛା ୨୩.୬୭ କିମି ଯାତ୍ରା କରିପାରିବ।