ଧାରା 370 ଉଚ୍ଛେଦକୁ ନେଇ ରାହୁଲଙ୍କ ମନ୍ତବ୍ୟକୁ ନେଇ ନୂତନ ବିବାଦ ଦେଖାଦେଇଛି । ରାହୁଲଙ୍କ ମନ୍ତବ୍ୟମକୁ ନେଇ ପାକିସ୍ତାନ ଜାତିସଂଘର ଦ୍ବାରସ୍ଥ ହୋଇଥିବାର ଖବର ଆସିବା ପରେ ଏହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି । ନିଜର ମିଥ୍ୟାକୁ ପ୍ରମାଣିତ କରଗିବା ପାଇଁ ପାକିସ୍ତାନ ରାହୁଲଙ୍କ ନାମକୁ ବ୍ୟବହାର କରୁଛି ବୋଲି ସୁର୍ଜେଓ୍ବାଲା ଟ୍ବିଟ୍ କରିଛନ୍ତି । ଏହି ଟ୍ବିଟ୍ ସହିତ ସୁର୍ଜେଓ୍ବାଲା କଂଗ୍ରେସ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ପ୍ରକାଶ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ରାହୁଲ ଜମ୍ମୁ କାଶ୍ମୀର ମାମଲା ଭାରତର ଅନ୍ତରୀଣ ମାମଲା ଏବଂ ଅନ୍ୟ କୌଣସି ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ରାହୁଲ କହିଥିଲେ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ପାକିସ୍ତାନ ଆତଙ୍କୀଙ୍କୁ ସହାୟତା କରୁଛି ଏବଂ ବିଭିନ୍ନ ଆତଙ୍କୀ ଆକ୍ରମଣ ଦ୍ବାରା ଭାରତ ସର୍ବଦା ପ୍ରଭାବିତ ହୋଇଛି । ତେଣୁ ଏହା ଉପରୁ ବିଶ୍ବ ସମୁଦାୟର ନଜର ହଟାଇବା ନିମନ୍ତେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗର ସହାୟତା ନେଉଛି ଏବଂ ରାହୁଲଙ୍କୁ ବଳି ବୋଦା ବନାଉଛି ବୋଲି କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି ।