Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ନକଲି ସିମ୍ ରାକେଟ୍ ପର୍ଦ୍ଦାଫାଶ: ଜାମତାରା ସାଇବର ଠକଙ୍କ ସହ ଲିଙ୍କ, ୩ ଗିରଫ
ଆଜିର ଖବର

ସମ୍ବଲପୁରରେ ନକଲି ସିମ୍ ରାକେଟ୍ ପର୍ଦ୍ଦାଫାଶ: ଜାମତାରା ସାଇବର ଠକଙ୍କ ସହ ଲିଙ୍କ, ୩ ଗିରଫ

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁରରେ ନକଲି ସିମ୍ ରାକେଟ୍ ପରଦାଫାଶ: ଜାମତାରା ସାଇବର ଠକଙ୍କ ସହ ଲିଙ୍କ, ୩ ଗିରଫ

ସମ୍ବଲପୁର: ଗ୍ରାହକଙ୍କ ପରିଚୟ ପତ୍ର ଜାଲିଆତି କରି ନକଲି ସିମ୍‌ କାର୍ଡ ପ୍ରସ୍ତୁତ ଓ ବିକ୍ରି କରୁଥିବା ଏକ ବଡ଼ ରାକେଟ୍‌କୁ ଠାବ କରିଛି ସମ୍ବଲପୁର ସାଇବର ଥାନା ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣ ଅଞ୍ଛଳର ପାପୁ ଓରଫ ଶେଖ ପରୱେଜ (୩୨)।

ମିଳିଥିବା ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨୨ ତାରିଖରେ ରୁଜୁ ହୋଇଥିବା ମାମଲା ନଂ-୩୪ର ତଦନ୍ତ ବେଳେ ଏହି ଆନ୍ତଃରାଜ୍ୟ ସାଇବର ଲିଙ୍କ୍‌ର ପର୍ଦ୍ଦାଫାଶ ହୋଇଥିଲା। ଅଭିଯୁକ୍ତମାନେ ସାଧାରଣ ଗ୍ରାହକଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଅସାଧୁ ଉପାୟରେ ଏକାଧିକ ସିମ୍ କାର୍ଡ ପ୍ରସ୍ତୁତ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମ୍ ଦେବା ପରେ ବାକି ଅତିରିକ୍ତ ସିମ୍‌ଗୁଡ଼ିକୁ ନିଜ ପାଖରେ ରଖି ଅନ୍ୟ ଗ୍ୟାଙ୍ଗକୁ ବିକ୍ରି କରୁଥିଲେ।

ପୋଲିସ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଏହି ନକଲି ସିମ୍‌ଗୁଡ଼ିକ ମଧ୍ୟରୁ କିଛି କାର୍ଡ ଝାଡ଼ଖଣ୍ଡର କୁଖ୍ୟାତ ‘ଜାମତାରା’ ଅଞ୍ଚଳରେ ସାଇବର ଠକେଇ ଓ ଅପରାଧରେ ବ୍ୟବହୃତ ହେଉଥିଲା। ଏହି ନକଲି ସିମ୍‌ ବିକ୍ରିରୁ ମିଳୁଥିବା ଅର୍ଥକୁ ଅଭିଯୁକ୍ତମାନେ ନିଜ ନିଜ ଭିତରେ ବାଣ୍ଟି ନେଉଥିଲେ। ଚଢ଼ଉ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ମୋବାଇଲ୍‌ ଫୋନ୍‌, ୪ଟି ସକ୍ରିୟ ସିମ୍‌, ୧୨୦ଟି ସିଲ୍‌ ଥିବା ନୂଆ ଏୟାରଟେଲ୍‌ ସିମ୍‌ କାର୍ଡ, ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଆଧାର କାର୍ଡ, ଗୋଟିଏ ଫୋନ୍‌ପେ କ୍ୟୁଆର୍‌ କୋଡ୍‌ ସ୍କାନର, ୪ଟି ଆଫିଡେଭିଟ୍‌, ଘରଭଡ଼ା ଚୁକ୍ତିପତ୍ର, ୧୦ଟି ଏୟାରଟେଲ୍‌ ପାମ୍ପଲେଟ୍‌ ଓ ୪ଟି ଏୟାରଟେଲ୍‌ ୫ଜି ପ୍ଲସ୍‌ ସାଇନ୍‌ବୋର୍ଡ ଜବତ କରାଯାଇଛି। ଏହି ନେଟୱର୍କର ଚେର କେତେ ଦୂର ବ୍ୟାପିଛି, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଜାମତାରା ଗ୍ୟାଙ୍ଗ୍‌ ସହ କିପରି ଆର୍ଥିକ କାରବାର ହେଉଥିଲା, ସେନେଇ ସାଇବର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଜାମତରା ନକଲି ସିମ୍‌କାର୍ଢ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.