ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ସାକ୍ଷାତ କରିଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ। ଏହି ସାକ୍ଷାତକାର ସମୟରେ ବେଦାନ୍ତର ଚାଲୁଥିବା ପ୍ରକଳ୍ପଗୁଡ଼ିକ ସହିତ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି।
ବୈଠକ ପରେ ଶ୍ରୀ ଅଗ୍ରୱାଲ କହିଛନ୍ତି, ଆଗାମୀ ଦିନରେ ଆଲୁମିନିୟମ କ୍ଷେତ୍ରରେ ଆଉ ୧ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ। ରାୟଗଡ଼ାରେ ରିଫାଇନାରୀ ଏବଂ ଝାରସୁଗୁଡ଼ାରେ ସ୍ମେଲଟର ପ୍ରକଳ୍ପ ନେଇ ଯୋଜନା ଥିବା ସେ ସୂଚନା ଦେଇଛନ୍ତି। ଏହି ନିବେଶ ଦ୍ୱାରା ଆଗାମୀ ଦିନରେ ୨ରୁ ୩ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ସହ ୩ଶହ ରୁ ୪ଶହ ଛୋଟ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେବାର ସମ୍ଭାବନା ରହିଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି।


