Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ
ଆଜିର ଖବର

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ
ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

ଖୋରଧା: ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ସଦର ମହକୁମା ବି .ଜେ .ବି ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଏବଂ ଓ ଏମ ସି କୋଷ୍ଟାଲ ମାରାଥନ୍ ପୁରୀ ଉପଲକ୍ଷେ ପ୍ରୋମୋ ମାରାଥନ୍ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋରଧା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦିବସକୁ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ, ଓଡିଶାର ପର୍ଯ୍ୟଟନ ଓଡ଼ିଶାର ଐତିହ୍ୟ, ସକୃତିକୁ ନେଇ ରୁଦ୍ଧିମନ୍ତ କରି ବେଦେଶିମାନଙ୍କୁ ଆକୃଷ୍ଟ କରିଥାଏ। ପୁରୀ ଶ୍ରୀ ଜଗନ୍ନାଥ ତଥା ପୁରୁଷୋତ୍ତମ୍ ଧାମ ସମଗ୍ର ବିଶ୍ଵରେ ବନ୍ଦନୀୟ ଥିବାବେଳେ ଓଡ଼ିଶା ଓ ଭାରତର ପର୍ଯ୍ୟଟନ ସମଗ୍ର ବିଶ୍ଵରେ ଅନନ୍ୟ ଅଟେ ବୋଲି ଉଦବୋଧନ ଦେଇ ପର୍ଯ୍ୟଟନ ବିକାଶରେ ଆମେ ସମସ୍ତେ ସାମିଲ ହେଲେ ବିକଶିତ ଓଡ଼ିଶା @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ପର୍ଯ୍ୟଟନ ବିକାଶରେ ଆମେ ମାଇଲଖୁଣ୍ଟ ଭଳି ଉଭା ହେବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ପ୍ରୋମୋ ମାରାଥନ ରେ ଯୋଗଦେଇଥିବା ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର ଛାତ୍ରୀ, ଗଣାମାଧ୍ୟାମ ପ୍ରତିନିଧି, କ୍ରୀଡାବିତ୍ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ବିଡିଓ  ସିଦ୍ଧାର୍ଥ ପଟ୍ଟନାୟକ, ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ସୁବୋଧ କୁମାର ଜଗଦେବ ଯୋଗଦେଇ ଆମ ପର୍ଯ୍ୟଟନ ଆମ ଅର୍ଥନୀତିକୁ କିଭଳି ସହଯୋଗ ଓ ପ୍ରୋତ୍ସାହନ ଦେଉଛି ସେ ସମ୍ୱନ୍ଧରେ ଆଲୋକ ପାତ କରିଥିଲେ।

ଦିବସ ଉପଲକ୍ଷେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ପରେ ପ୍ରାୟ ୨୫୦ ପ୍ରତିଯୋଗୀ ମାନେ ପ୍ରୋମୋ ମାରାଥନ ରେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ଅତିଥି ମାନଙ୍କ ଗହଣରେ ପ୍ଲାକାର୍ଡ ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମାରାଥନ୍ ପ୍ରତିଯୋଗୀ ମାନେ ବି ଜେ ବି ହାଇସ୍କୁଲରୁ ବାହାରି ଷ୍ଟେଟ୍ ବ୍ୟାଙ୍କ ଛକ, ଭେଟେନାରି ଛକ ଓ ନୂଆ ବସ୍ ଷ୍ଟାଣ୍ଡ ଦେଇ ପୁନଶ୍ଚ ବି ଜେ ବି ହାଇସ୍କୁଲରେ ପହଞ୍ଚି ଥିଲେ।

ଏହି ପ୍ରତି ଯୋଗିତାରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅନୱାର ଖାନ୍, ପ୍ରଥମ,ବେଞ୍ଜାମିନ ପ୍ରଧାନ, ଦ୍ୱିତୀୟ ଏବଂ ସଚିନ କୁମାର ପ୍ରଧାନ ତୃତୀୟ ବାଳକ ବିଭାଗରେ କୃତିତ୍ୱ ହାସଲ କରିଥିବା ବେଳେ ବାଳିକା ବିଭାଗରେ ସ୍ଵପ୍ନାରାଣି ନାୟକ, ପ୍ରଥମ, ଜସ୍ମିନ ମହାପାତ୍ର, ଦ୍ୱିତୀୟ, ପ୍ରାଣନାଥ ସ୍ଵୟଂ ଶାସିତ ମହାବଦ୍ୟାଳୟ, ଏବଂ ଜାଗୃତି କୁମାରୀ, ତୃତୀୟ, ଗୀତା ସ୍ଵଂ ଶାସିତ ମହାବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲେ। ଏମାନେ ଡିସେମ୍ବର ୧୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା କୋଷ୍ଟାଲ୍ ପର୍ଯ୍ୟଟନ ପ୍ରୋମୋ ମାରାଥନ୍ ରେ ଯୋଗ ଦେବେ।

ମୁଖ୍ୟ ଅତିଥି ଆହୁରି ମଧ୍ୟ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଟୁରିଯିମ୍ କୁଇଜ୍ ରେ ୩ ଜଣ ଏବଂ ମହାବିଦ୍ୟାଳୟ ସ୍ତରୀୟ ଟୁରିଯିମ୍ କୁଇଜରେ ୭ ଜଣ କୃତିତ୍ୱ ପ୍ରତିଯୋଗୀଙ୍କୁ ଅର୍ଥରାଶି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ। ଦିବସରେ ମଞ୍ଚ ସଂଯୋଜନା ଶ୍ରୀକାନ୍ତ ନାୟକ ସମ୍ପାଦିତ କରିଥିବା ବେଳେ ପର୍ଯ୍ୟଟନ ଉନ୍ନୟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଯୋଗ ଦେଇଥିଲେ।

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.