ବ୍ରିଟେନ୍ ମୁଖ୍ୟମନ୍ତ୍ରୀ ବୋରିଶ୍ ଜନ୍ସନ୍ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ସଂସଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରକ୍ସିଟ୍ ଆନ୍ଦୋଳନକୁ ସଫଳ କରିବା ପାଇଁ ବୋରିଶ୍ ଏହି ନିଷ୍ପତ୍ତି ନେଇଛନ୍ତି । ୟୁରୋପିଆନ୍ ସଙ୍ଘରୁ ବ୍ରିଟେନ୍ ବାହାରିବାର ନିଷ୍ପତ୍ତିକୁ କିଛି ସାଂସଦ ବିରୋଧ କରୁଛନ୍ତି । ପୂର୍ବରୁ ବ୍ରକ୍ସିଟ୍କୁ ମଞ୍ଜୁରୀ ମିଳି ସାରିଥିବା ବେଳେ କିଛି ସାଂସଦ ଏହାକୁ ବିରୋଧ କଲେ ଏହି ଆନ୍ଦୋଳନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରି ବୋରିଶ ଏହି ପଦକ୍ଷେପ ନେଇଛନ୍ତି । ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗତକାଲି କିଛି ସାଂସଦ ବୈଠକ କରିବା ପରେ ସଂସଦ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି ଜନ୍ସନ୍ ।