ମୁମ୍ବାଇ: ପିଲାମାନେ ଘର ବାହାରକୁ ଯାଇଥାନ୍ତୁ କିମ୍ବା ପରିବାରର ବୟସ୍କ ସଦସ୍ୟମାନେ ଏକାକୀ ବାହାରକୁ ଯାଆନ୍ତୁ, ଲୋକେସନ୍ ଟ୍ରାକିଂ ଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତିରେ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ଜିଓ ସିଲ୍ଡ ସେବା ଆରମ୍ଭ କରାଯାଇଛି, ଯାହା ପରିବାରର ସୁରକ୍ଷା (ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍) ସୁନିଶ୍ଚିତ କରିବ। ଏଥିରେ ଲୋକେସନ୍ ଟ୍ରାକିଂ, ଏସଓଏସ ବା ଜରୁରୀକାଳୀନ ଆଲର୍ଟ, ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ ଏବଂ ଆପ୍ ଓ କଣ୍ଟାକ୍ଟ ଉପରେ ନିୟନ୍ତ୍ରଣ ଭଳି ସୁବିଧା ରହିଛି।
ଜିଓ ସିଲଡ ସାହାଯ୍ୟରେ, ଅଭିଭାବକମାନେ ନିଜ ପିଲାଙ୍କ ଅବସ୍ଥିତି ବା ଲୋକେସନ ଦେଖିପାରିବେ ଏବଂ ଜରୁରୀ ନିରାପତ୍ତା ସତର୍କ ସୂଚନା ପାଇପାରିବେ। ଫୋନ୍ ବ୍ୟାଟେରୀ କମ୍ ହେଲେ ମଧ୍ୟ ସତର୍କ ସୂଚନା ମିଳିବ। ପିଲାମାନଙ୍କ କ୍ଷେତ୍ରରେ, କେଉଁ ସବୁ ଆପ୍ ଓ କଣ୍ଟାକ୍ଟ ବ୍ୟବହାର କରାଯିବ ଏବଂ ଏବଂ ସ୍କ୍ରିନ୍ ଟାଇମ୍ ବା ମୋବାଇଲ୍ ବ୍ୟବହାର ସମୟ କେତେ ରହିବ ତାହା ଅଭିଭାବକମାନେ ନିର୍ଦ୍ଧାରଣ କରିପାରିବେ। ଅର୍ଥାତ ସେମାନଙ୍କ ଅନ୍ଲାଇନ୍ ବ୍ୟବହାର ଉପରେ ନଜର ରଖାଯାଇପାରିବ ଓ ନିୟନ୍ତ୍ରଣ କରାଯାଇପାରିବ। ଏହି ସେବା ବୟସ୍କ ପିତାମାତାଙ୍କ ସହ ସଂଯୁକ୍ତ ରହିବା ଏବଂ ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।
ମୋବାଇଲ୍ ଫୋନ୍ରେ ଏହାକୁ ସେଟ୍ ଅପ୍ କରିବା ବହୁତ ସହଜ ରହିଛି। ଅଭିଭାବକଙ୍କ ଫୋନ୍ରେ ଜିଓ ଥିଙ୍ଗସ ଆପ୍ ଏବଂ ପିଲା କିମ୍ବା ବୟସ୍କ ସଦସ୍ୟଙ୍କ ଫୋନ୍ରେ ଜିଓ ସିଲଡ ଆପ୍ ଇନଷ୍ଟଲ୍ କରିବାକୁ ପଡିବ। ଉଭୟ ଆପ୍ପ ଯୋଡି ହେବା ପରେ ମାତାପିତା ବା ଅଭିଭାବକ ନିଜ ଫୋନରୁ ଲୋକେସନ, ସ୍କ୍ରିନ ବ୍ୟବହାର ସମୟ, ଆପ୍ପ ଓ କଣ୍ଟେଣ୍ଟ ଭଳି ସୁବିଧାଗୁଡି଼କୁ ପରିଚାଳନା କରିପାରିବେ।
ଜିଓ ସିଲଡ ର ବାର୍ଷିକ ମୂଲ୍ୟ ୧,୦୦୦ ଟଙ୍କା ରହିଛି, ଯାହା ମାସିକ ଭାବରେ ଦେଖିଲେ ପ୍ରାୟ ୮୩ ଟଙ୍କା। ଏଥିପାଇଁ ଏକାଠି ୧୦୦୦ ଟଙ୍କା ଦେବାକୁ ପଡିବ। ଜିଓର ଦଶମ ଏନିଭର୍ସାରି ଅଫରରେ ଗ୍ରାହକମାନଙ୍କୁ ମୋଟ ୧୦୦୦ ଟଙ୍କାର ଜିଓ ରିଚାର୍ଜ ଭାଉଚର ମିଳିବ। ଏହି ଆଧାରରେ ଦେଖିବାକୁ ଗଲେ ଜିଓ ସିଲଡ ଏକ ପ୍ରକାରର ମାଗଣାରେ ମିଳିପାରିବ। ଏହାସହିତ ୪୦୦୦ ଟଙ୍କା ମୂଲ୍ୟର ୧୨ ମାସର କାନଭା ପ୍ରୋ ଏବଂ ୨୮ ଦିନର ଅନଲିମିଟେଡ ୫ଜି ଅପଗ୍ରେଡ଼ ମଧ୍ୟ ମିଳିବ।
୧୦୦୦ ଟଙ୍କା ମୂଲ୍ୟର ରିଚାର୍ଜ ଭାଉଚରଗୁଡ଼ିକ ପ୍ରତ୍ୟେକ ୧୦୦ ଟଙ୍କା ଲେଖାଏଁ ୧୦ଟି କିସ୍ତିରେ ମିଳିବ ଏବଂ ସେଗୁଡିକୁ ୩୯୯ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ଅନଲିମିଟେଡ୍ ୫ଜି ପ୍ଲାନର ରିଚାର୍ଜ ପାଇଁ ବ୍ୟବହାର କରାଯାଇପାରିବ। ଏହି ଅଫର୍ ସେପ୍ଟେମ୍ବର ୨୬ରୁ ଉପଲବ୍ଧ ହୋଇଛି।
ତେବେ ଜିଓ ସିଲଡ ବ୍ୟବହାର ପାଇଁ ପିଲା କିମ୍ବା ବରିଷ୍ଠ ନାଗରିକଙ୍କ ଫୋନ୍ରେ ଆଣ୍ଡ୍ରଏଡ଼ ୧୦ କିମ୍ବା ଉର୍ଦ୍ଧ୍ବ ଓଏସ ଥିବା ଆବଶ୍ୟକ ଏବଂ ସେଥିରେ ଏକ ସକ୍ରିୟ ଜିଓ ନମ୍ବର ରହିଥିବା ଆବଶ୍ୟକ। ଅଭିଭାବକଙ୍କ ପାଇଁ ଉଦ୍ଦିଷ୍ଟ ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ଼ରେ ଉପଲବ୍ଧ ରହିଥିବାବେଳେ, ଏହାର ଆଇଓସ ଭର୍ସନ୍ ଅକ୍ଟୋବର ୧ ତାରିଖ ଠାରୁ ଉପଲବ୍ଧ ହେବ।


