Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ
ଆଜିର ଖବର

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio Safety Shield
Jio Safety Shield

ମୁମ୍ବାଇ: ପିଲାମାନେ ଘର ବାହାରକୁ ଯାଇଥାନ୍ତୁ କିମ୍ବା ପରିବାରର ବୟସ୍କ ସଦସ୍ୟମାନେ ଏକାକୀ ବାହାରକୁ ଯାଆନ୍ତୁ, ଲୋକେସନ୍ ଟ୍ରାକିଂ ଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତିରେ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ଜିଓ ସିଲ୍ଡ ସେବା ଆରମ୍ଭ କରାଯାଇଛି, ଯାହା ପରିବାରର ସୁରକ୍ଷା (ଉଭୟ ଅଫ୍‌ଲାଇନ୍ ଏବଂ ଅନ୍‌ଲାଇନ୍) ସୁନିଶ୍ଚିତ କରିବ। ଏଥିରେ ଲୋକେସନ୍ ଟ୍ରାକିଂ, ଏସଓଏସ ବା ଜରୁରୀକାଳୀନ ଆଲର୍ଟ, ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ ଏବଂ ଆପ୍ ଓ କଣ୍ଟାକ୍ଟ ଉପରେ ନିୟନ୍ତ୍ରଣ ଭଳି ସୁବିଧା ରହିଛି।

ଜିଓ ସିଲଡ ସାହାଯ୍ୟରେ, ଅଭିଭାବକମାନେ ନିଜ ପିଲାଙ୍କ ଅବସ୍ଥିତି ବା ଲୋକେସନ ଦେଖିପାରିବେ ଏବଂ ଜରୁରୀ ନିରାପତ୍ତା ସତର୍କ ସୂଚନା ପାଇପାରିବେ। ଫୋନ୍ ବ୍ୟାଟେରୀ କମ୍ ହେଲେ ମଧ୍ୟ ସତର୍କ ସୂଚନା ମିଳିବ। ପିଲାମାନଙ୍କ କ୍ଷେତ୍ରରେ, କେଉଁ ସବୁ ଆପ୍ ଓ କଣ୍ଟାକ୍ଟ ବ୍ୟବହାର କରାଯିବ ଏବଂ ଏବଂ ସ୍କ୍ରିନ୍ ଟାଇମ୍ ବା ମୋବାଇଲ୍ ବ୍ୟବହାର ସମୟ କେତେ ରହିବ ତାହା ଅଭିଭାବକମାନେ ନିର୍ଦ୍ଧାରଣ କରିପାରିବେ। ଅର୍ଥାତ ସେମାନଙ୍କ ଅନ୍‌ଲାଇନ୍ ବ୍ୟବହାର ଉପରେ ନଜର ରଖାଯାଇପାରିବ ଓ ନିୟନ୍ତ୍ରଣ କରାଯାଇପାରିବ। ଏହି ସେବା ବୟସ୍କ ପିତାମାତାଙ୍କ ସହ ସଂଯୁକ୍ତ ରହିବା ଏବଂ ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

ମୋବାଇଲ୍ ଫୋନ୍‌ରେ ଏହାକୁ ସେଟ୍ ଅପ୍ କରିବା ବହୁତ ସହଜ ରହିଛି। ଅଭିଭାବକଙ୍କ ଫୋନ୍‌ରେ ଜିଓ ଥିଙ୍ଗସ ଆପ୍ ଏବଂ ପିଲା କିମ୍ବା ବୟସ୍କ ସଦସ୍ୟଙ୍କ ଫୋନ୍‌ରେ ଜିଓ ସିଲଡ ଆପ୍ ଇନଷ୍ଟଲ୍ କରିବାକୁ ପଡିବ। ଉଭୟ ଆପ୍ପ ଯୋଡି ହେବା ପରେ ମାତାପିତା ବା ଅଭିଭାବକ ନିଜ ଫୋନରୁ ଲୋକେସନ, ସ୍କ୍ରିନ ବ୍ୟବହାର ସମୟ, ଆପ୍ପ ଓ କଣ୍ଟେଣ୍ଟ ଭଳି ସୁବିଧାଗୁଡି଼କୁ ପରିଚାଳନା କରିପାରିବେ।

ଜିଓ ସିଲଡ ର ବାର୍ଷିକ ମୂଲ୍ୟ ୧,୦୦୦ ଟଙ୍କା ରହିଛି, ଯାହା ମାସିକ ଭାବରେ ଦେଖିଲେ ପ୍ରାୟ ୮୩ ଟଙ୍କା। ଏଥିପାଇଁ ଏକାଠି ୧୦୦୦ ଟଙ୍କା ଦେବାକୁ ପଡିବ। ଜିଓର ଦଶମ ଏନିଭର୍ସାରି ଅଫରରେ ଗ୍ରାହକମାନଙ୍କୁ ମୋଟ ୧୦୦୦ ଟଙ୍କାର ଜିଓ ରିଚାର୍ଜ ଭାଉଚର ମିଳିବ। ଏହି ଆଧାରରେ ଦେଖିବାକୁ ଗଲେ ଜିଓ ସିଲଡ ଏକ ପ୍ରକାରର ମାଗଣାରେ ମିଳିପାରିବ। ଏହାସହିତ ୪୦୦୦ ଟଙ୍କା ମୂଲ୍ୟର ୧୨ ମାସର କାନଭା ପ୍ରୋ ଏବଂ ୨୮ ଦିନର ଅନଲିମିଟେଡ ୫ଜି ଅପଗ୍ରେଡ଼ ମଧ୍ୟ ମିଳିବ।

୧୦୦୦ ଟଙ୍କା ମୂଲ୍ୟର ରିଚାର୍ଜ ଭାଉଚରଗୁଡ଼ିକ ପ୍ରତ୍ୟେକ ୧୦୦ ଟଙ୍କା ଲେଖାଏଁ ୧୦ଟି କିସ୍ତିରେ ମିଳିବ ଏବଂ ସେଗୁଡିକୁ ୩୯୯ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ଅନଲିମିଟେଡ୍ ୫ଜି ପ୍ଲାନର ରିଚାର୍ଜ ପାଇଁ ବ୍ୟବହାର କରାଯାଇପାରିବ। ଏହି ଅଫର୍ ସେପ୍ଟେମ୍ବର ୨୬ରୁ ଉପଲବ୍ଧ ହୋଇଛି।

ତେବେ ଜିଓ ସିଲଡ ବ୍ୟବହାର ପାଇଁ ପିଲା କିମ୍ବା ବରିଷ୍ଠ ନାଗରିକଙ୍କ ଫୋନ୍‌ରେ ଆଣ୍ଡ୍ରଏଡ଼ ୧୦ କିମ୍ବା ଉର୍ଦ୍ଧ୍ବ ଓଏସ ଥିବା ଆବଶ୍ୟକ ଏବଂ ସେଥିରେ ଏକ ସକ୍ରିୟ ଜିଓ ନମ୍ବର ରହିଥିବା ଆବଶ୍ୟକ। ଅଭିଭାବକଙ୍କ ପାଇଁ ଉଦ୍ଦିଷ୍ଟ ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ଼ରେ ଉପଲବ୍ଧ ରହିଥିବାବେଳେ, ଏହାର ଆଇଓସ ଭର୍ସନ୍ ଅକ୍ଟୋବର ୧ ତାରିଖ ଠାରୁ ଉପଲବ୍ଧ ହେବ।

Jio Safety Shield ଏସଓଏସ ଆଲର୍ଟ ଜିଓ ସିଲଡ ଫୋନ୍ ବ୍ୟାଟେରୀ ସ୍ଥିତି ଲୋକେସନ୍ ଟ୍ରାକିଂ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026
Latest News

ଶୀତ ଆସିବା ପୂର୍ବରୁ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

October 20, 2026

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.