Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ
ଆଜିର ଖବର

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ଠୁଳ ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ବିଭାଗ (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ଏକକାଳୀନ ୭ଟି ସ୍ଥାନରେ ଜୋରଦାର ଚଢ଼ଉ କରାଯାଉଛି।

ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି ଅଭିଯାନ ଚାଲିଛି। ଏହି ବିଶାଳ ଅପରେସନରେ ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇଙ୍କ ସମେତ ବହୁ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମ୍‌ ଶ୍ରୀ ସାମନ୍ତରାୟଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ପାଇ ଚଢ଼ଉ ଜାରି ରଖିଛି । ଧନକଉଡ଼ାସ୍ଥିତ ସନ୍‌ ସିଟି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍‌କେ (3 BHK) ଫ୍ଲାଟ୍ ଏବଂ କାରଖାନା ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍‌ କକ୍ଷ, ନନ୍ଦନକାନନ ରୋଡ୍‌ ନନ୍ଦନ ବିହାରସ୍ଥିତ ଆଲିଶାନ ଡୁପ୍ଲେକ୍ସ। ବାରକୁଦାସ୍ଥିତ ଇଣ୍ଡସ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂ ନିକଟସ୍ଥ ତାଙ୍କ କୋଠା, ବାଲିଗୁଆଳିର ଟୋଟା ବେହେରା ସାହିରେ ଥିବା ୩ ମହଲା କୋଠା ଓ ସୁବାସ ମାର୍ଗରେ ଥିବା ୨ ମହଲା କୋଠା ଏବଂ ଅଶୋକ ନଗରସ୍ଥିତ ପୈତୃକ ୨ ମହଲା କୋଠା ଆଦିରେ ଚଢ଼ଉ ଜାରି ରଖିଛି । ଶେଷ ଖବର ସୁଦ୍ଧା ସମସ୍ତ ୭ଟି ସ୍ଥାନରେ କାଗଜପତ୍ର ଯାଞ୍ଚ ଓ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ମୋଟ ସମ୍ପତ୍ତି, ନଗଦ ଟଙ୍କା, ବ୍ୟାଙ୍କ ଜମା, ସୁନାଗହଣା ଓ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ସବିଶେଷ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Factories & Boilers Assistant Director Odisha Vigilance Raid
Share. Facebook Twitter LinkedIn Email WhatsApp Copy Link

Related Posts

ଶୀତ ଆସିବା ପୂର୍ବରୁ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

October 20, 2026

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026
Latest News

ଶୀତ ଆସିବା ପୂର୍ବରୁ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

October 20, 2026

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.