Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ
ଆଜିର ଖବର

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ଠୁଳ ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ବିଭାଗ (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ଏକକାଳୀନ ୭ଟି ସ୍ଥାନରେ ଜୋରଦାର ଚଢ଼ଉ କରାଯାଉଛି।

ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି ଅଭିଯାନ ଚାଲିଛି। ଏହି ବିଶାଳ ଅପରେସନରେ ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇଙ୍କ ସମେତ ବହୁ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମ୍‌ ଶ୍ରୀ ସାମନ୍ତରାୟଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ପାଇ ଚଢ଼ଉ ଜାରି ରଖିଛି । ଧନକଉଡ଼ାସ୍ଥିତ ସନ୍‌ ସିଟି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍‌କେ (3 BHK) ଫ୍ଲାଟ୍ ଏବଂ କାରଖାନା ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍‌ କକ୍ଷ, ନନ୍ଦନକାନନ ରୋଡ୍‌ ନନ୍ଦନ ବିହାରସ୍ଥିତ ଆଲିଶାନ ଡୁପ୍ଲେକ୍ସ। ବାରକୁଦାସ୍ଥିତ ଇଣ୍ଡସ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂ ନିକଟସ୍ଥ ତାଙ୍କ କୋଠା, ବାଲିଗୁଆଳିର ଟୋଟା ବେହେରା ସାହିରେ ଥିବା ୩ ମହଲା କୋଠା ଓ ସୁବାସ ମାର୍ଗରେ ଥିବା ୨ ମହଲା କୋଠା ଏବଂ ଅଶୋକ ନଗରସ୍ଥିତ ପୈତୃକ ୨ ମହଲା କୋଠା ଆଦିରେ ଚଢ଼ଉ ଜାରି ରଖିଛି । ଶେଷ ଖବର ସୁଦ୍ଧା ସମସ୍ତ ୭ଟି ସ୍ଥାନରେ କାଗଜପତ୍ର ଯାଞ୍ଚ ଓ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ମୋଟ ସମ୍ପତ୍ତି, ନଗଦ ଟଙ୍କା, ବ୍ୟାଙ୍କ ଜମା, ସୁନାଗହଣା ଓ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ସବିଶେଷ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Factories & Boilers Assistant Director Odisha Vigilance Raid
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026
Latest News

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.