ନୂଆଦିଲ୍ଲୀ: ଜମ୍ମୁର କଠୁଆ ଜିଲ୍ଲାରେ CISF କର୍ମଚାରୀଙ୍କ ମଧ୍ୟରେ ଗୁଳିବିନିମୟରେ ଚାରି ଜଣ CISF ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ ଇନ୍ସପେକ୍ଟର ସାମିଲ ଅଛନ୍ତି। ବସୋଲିର ମାଶକା ଅଞ୍ଚଳରେ ଥିବା ସେବା ପାୱାର ପ୍ରୋଜେକ୍ଟରେ ଥିବା CISF କ୍ୟାମ୍ପରେ ଏହି ଘଟଣା ଘଟିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କୌଣସି ପ୍ରସଙ୍ଗକୁ ନେଇ CISF ଯବାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ଚାରି ଜଣ CISF ଯବାନ (କନଷ୍ଟେବଲ ରଫିକ୍ ଅହମ୍ମଦ, କନଷ୍ଟେବଲ ସନ୍ଦୀପ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ ଏବଂ ସବ-ଇନସପେକ୍ଟର ଲକ୍ଷ୍ମଣ ସିଂହ)ଙ୍କ ମୃତ୍ୟୁ ହୋଇଛି।


