Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ
ଆଜିର ଖବର

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ମହଲରେ ଚର୍ଚ୍ଚାରେ ବରିଷ୍ଠ IAS ଅଧିକାରୀ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସନ୍ଥଗୋପାଳନଙ୍କ ଇସ୍ତଫା। ସୂଚନା ଅନୁସାରେ, ସେ ଆଜି ସନ୍ଧ୍ୟାରେ ମୁଖ୍ୟ ପ୍ରଶାସନିକ ସଚିବଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ଖବର ପ୍ରଶାସନିକ ମହଲରେ ପହଞ୍ଚିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନ ସନ୍ଥଗୋପାଳନ ଓଡ଼ିଶା କ୍ୟାଡରର ବରିଷ୍ଠ IAS ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ। ତାଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିବା ବେଳେ ହଠାତ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତାଙ୍କ ଇସ୍ତଫାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଏହି ସମ୍ପର୍କରେ ସନ୍ଥଗୋପାଳନଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

ସୂଚନା ଅନୁସାରେ, ସନ୍ଥଗୋପାଳନଙ୍କ ସରକାରୀ ସେବାରେ ଆହୁରି ପ୍ରାୟ ୨୨ ମାସ ସମୟ ବାକି ଥିଲା। ଏଭଳି ସମୟରେ ତାଙ୍କର ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ ପ୍ରଶାସନିକ ମହଲରେ ଆଲୋଚନାର କାରଣ ହୋଇଛି। ସେ ତାମିଲନାଡୁର ବାସିନ୍ଦା ଏବଂ ଓଡ଼ିଶା କ୍ୟାଡରର IAS ଅଧିକାରୀ। ଏହା ପୂର୍ବରୁ ସେ SSEPD ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସନ୍ଥଗୋପାଳନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଭାବେ ଦାୟିତ୍ୱ ତୁଲାଉଥିଲେ। ଏଥିସହ କାର୍ଯ୍ୟନିର୍ବାହୀ ବିଭାଗର ଅତିରିକ୍ତ ମୁଖ୍ୟ ପ୍ରଶାସନିକ ସଚିବ ଭାବେ ମଧ୍ୟ ଦାୟିତ୍ୱରେ ଥିବା ସୂଚନା ମିଳିଛି।

ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ଭାବେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବିଶେଷକରି ରାଜ୍ୟରେ SIR ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ତାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି।

ରାଜ୍ୟରେ Special Intensive Revision (SIR) ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ CEOଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ତେବେ SIR ପ୍ରକ୍ରିୟା କିମ୍ବା ଏହାକୁ ନେଇ କୌଣସି ବିବାଦ ଯୋଗୁଁ ସେ ଇସ୍ତଫା ଦେଇଛନ୍ତି ବୋଲି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଅଧିକୃତ ସୂଚନା ମିଳିନାହିଁ।

ନିକଟରେ ଓଡ଼ିଶା କ୍ୟାଡରର IPS ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେହି ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ଏବେ ଜଣେ ବରିଷ୍ଠ IAS ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ପ୍ରଶାସନିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଇସ୍ତଫା ଗ୍ରହଣ, ସ୍ୱେଚ୍ଛାକୃତ ଅବସର ଏବଂ ଏହାର ପରବର୍ତ୍ତୀ ପ୍ରଶାସନିକ ପ୍ରକ୍ରିୟା ସମ୍ପର୍କରେ ସରକାରୀ ଭାବେ ଅଧିକ ସୂଚନା ଆସିବା ପରେ ଚିତ୍ର ସ୍ପଷ୍ଟ ହେବ।

#IASResignation VRS
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Latest News

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.