Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union Minister of State Dr. L. Murugan Participates in ‘Swachhata Hi Seva’ Activities at IIMC
Union Minister of State Dr. L. Murugan Participates in ‘Swachhata Hi Seva’ Activities at IIMC

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ନୂଆଦିଲ୍ଲୀସ୍ଥିତ ‘ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଛାତ୍ରଛାତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ।

ମନ୍ତ୍ରୀ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ପରେ, ସାରା ଦେଶର ଲୋକମାନେ ଏହି ଜନଆନ୍ଦୋଳନରେ ସାମିଲ ହୋଇଥିଲେ। କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯାଇଥିଲା। ଆଜି ଆଇଆଇଏମ୍‌ସିର ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କ ସହ ଆମେ ସ୍ୱଚ୍ଛତାର ଶପଥ ନେଇଛୁ। ଅଙ୍ଗନୱାଡ଼ି କେନ୍ଦ୍ର, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ସମେତ ଯେଉଁଠି ସମ୍ଭବ, ସେଠାରେ ‘ସ୍ୱଚ୍ଛତା ସେବା’ ମାଧ୍ୟମରେ ଆମେ ଅବଦାନ ରଖିବା ଉଚିତ। ଆମେ ସେପ୍ଟେମ୍ବର ୧୭ ତାରିଖରୁ ସ୍ୱଚ୍ଛତା ଅଭିଯାନକୁ ଆଗକୁ ବଢ଼ାଉଛୁ। ଆମ ଦେଶ, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକୁ ପରିଷ୍କାର ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ।”

ଏହି କାର୍ଯ୍ୟକ୍ରମର ଆରମ୍ଭ ଆଇଆଇଏମ୍‌ସି ପରିସରରେ ସ୍ୱଚ୍ଛତା ଶପଥ ପାଠରୁ ହୋଇଥିଲା। ଏଥିରେ ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଭାରତୀୟ ସୂଚନା ସେବାର ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିଲେ।

ମନ୍ତ୍ରୀ ଆଇଆଇଏମ୍‌ସି ପରିସରରେ ଚାରା ରୋପଣ କରି ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ କେବଳ ଗଛ ଲଗାଇବା ନୁହେଁ, ବରଂ ଏହାର ନିରନ୍ତର ଯତ୍ନ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।

କାର୍ଯ୍ୟକ୍ରମର ଅଂଶ ଭାବେ ମନ୍ତ୍ରୀ ଆଇଆଇଏମ୍‌ସିର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଏକ ଘଣ୍ଟିଆ ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ଅଳିଆ ଆବର୍ଜନା ଓ ନିର୍ମାଣ ସାମଗ୍ରୀ ସଫା କରାଯାଇଥିଲା।

ଗସ୍ତ ସମୟରେ ମନ୍ତ୍ରୀ ନବନିର୍ମିତ ଶ୍ରେଣୀଗୃହ ସମେତ ଶିକ୍ଷାଦାନ ବ୍ଲକ୍‌, ନିର୍ମାଣାଧୀନ ଛାତ୍ରାବାସ ଏବଂ ନବୀକରଣ କରାଯାଇଥିବା ପାଠାଗାର ଭଳି ଅନ୍ୟାନ୍ୟ ଶୈକ୍ଷିକ ଓ ଭିତ୍ତିଭୂମି ସୁବିଧାଗୁଡ଼ିକର ମଧ୍ୟ ନିରୀକ୍ଷଣ କରିଥିଲେ। ସେ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମନ୍ତ୍ରୀ ଆଇଆଇଏମ୍‌ସିର ସାଂଗଠନିକ ନେତୃତ୍ୱରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଶେଷକରି ସ୍ୱଚ୍ଛତା, ପରିବେଶ ସଚେତନତା, କ୍ୟାମ୍ପସର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌ସିର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର, ରେଜିଷ୍ଟ୍ରାର ତଥା ଡିଜି (ଟ୍ରେନିଂ) ଶ୍ରୀ ଏଲ୍‌. ମଧୁ ନାଗ ଏବଂ ବରିଷ୍ଠ ଆର୍ଥିକ ପରାମର୍ଶଦାତା ଶ୍ରୀ ଆର୍‌.କେ. ଜେନାଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଆଇଆଇଏମ୍‌ସି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପର ଏକ ଅଂଶବିଶେଷ ଥିଲା। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଦାୟିତ୍ୱବାନ ନାଗରିକତା କ୍ଷେତ୍ରରେ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ।

‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆଇଆଇଏମ୍‌ସି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ପକେଟ୍‌କୁ ମହଙ୍ଗା ମାଡ଼! ବଢ଼ିଲା ବସ୍‌ ଭଡ଼ା, ଅର୍ଡିନାରୀରୁ ଏସି ସ୍ଲିପର୍‌ ଯାଏଁ ନୂଆ ଦର ଲାଗୁ

November 12, 2026

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ARIଙ୍କ ଜୀବନ

November 12, 2026

OAS Reshuffles: ରାଜ୍ୟ ସରକାର ନଅ ଜଣ ଓଏଏସଙ୍କର କଲେ ଅଦଳବଦଳ, ତିନିଜଣଙ୍କ ବଦଳି ବାତିଲ

November 12, 2026

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026
Latest News

ଯାତ୍ରୀଙ୍କ ପକେଟ୍‌କୁ ମହଙ୍ଗା ମାଡ଼! ବଢ଼ିଲା ବସ୍‌ ଭଡ଼ା, ଅର୍ଡିନାରୀରୁ ଏସି ସ୍ଲିପର୍‌ ଯାଏଁ ନୂଆ ଦର ଲାଗୁ

November 12, 2026

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ARIଙ୍କ ଜୀବନ

November 12, 2026

OAS Reshuffles: ରାଜ୍ୟ ସରକାର ନଅ ଜଣ ଓଏଏସଙ୍କର କଲେ ଅଦଳବଦଳ, ତିନିଜଣଙ୍କ ବଦଳି ବାତିଲ

November 12, 2026

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026

୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.