ଭୁବନେଶ୍ୱର/ପାରଳାଖେମୁଣ୍ଡି: ବ୍ରହ୍ମପୁର ଲୋକସଭା ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ବହୁଳ ଅଞ୍ଚଳରେ ଥିବା ୨୯ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ରାସ୍ତା, ପୋଲ ଏବଂ କଲଭର୍ଟ ନିର୍ମାଣ ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ଼ା, ଗୋସାଣୀ ଏବଂ କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଅଧୀନରେ ରହିଛି। ଉକ୍ତ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ଯାତାୟାତ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଜନସାଧାରଣ ଦୀର୍ଘ ଦିନରୁ ନିରନ୍ତର ଦାବି କରିଆସୁଛନ୍ତି।
ବର୍ତ୍ତମାନର ସରକାରୀ ନିୟମାବଳୀ ଓ ମାନଦଣ୍ଡ (Criteria) ଅନୁଯାୟୀ ଜନସଂଖ୍ୟା କମ୍ ଥିବା କାରଣରୁ ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏହି ଗ୍ରାମଗୁଡ଼ିକ ନିୟମିତ ଯୋଜନାରେ ସାମିଲ ହୋଇପାରୁ ନାହିଁ। ଏହି କାରଣରୁ ଅଞ୍ଚଳବାସୀ ଚିକିତ୍ସା ସେବା, ଶିକ୍ଷା ଓ କୃଷିଜାତ ଦ୍ରବ୍ୟ ବିକ୍ରୟ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରୀ ନିୟମକୁ କୋହଳ କରି ଏହି ୨୯ଟି ରାସ୍ତା ଓ ପୋଲକୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ (Special Package) ଅଧୀନରେ ତୁରନ୍ତ ପ୍ରଶାସନିକ ଅନୁମୋଦନ ଓ ପାଣ୍ଠି ଯୋଗାଇ ଦେବାକୁ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ପ୍ରସ୍ତାବିତ ପ୍ରକଳ୍ପ ସମୂହର ତାଲିକା:
– ଅବାଝାରିରୁ ତାମୁସିଂ ସବୁଦିନିଆ ରାସ୍ତା ନିର୍ମାଣ (ତାରାଙ୍ଗଡ଼ା ପଞ୍ଚାୟତ, ଗୁମ୍ମା ବ୍ଲକ)
- ନାମଙ୍ଗଡ଼ାରୁ ସୁରଙ୍ଗୀ ଆର.ଡି ରାସ୍ତା (ନାମଙ୍ଗଡ଼ା ପଞ୍ଚାୟତ, ଗୁମ୍ମା ବ୍ଲକ)
- ଆଶ୍ରୟଗଡ଼ାରୁ ବିନୁମଡ଼ା ବି.ଟି ରାସ୍ତା (ତାରବା ପଞ୍ଚାୟତ, ଗୁମ୍ମା ବ୍ଲକ)
- କେରାଣ୍ଡି ଗ୍ରାମରୁ ବାସନ୍ତ ନିବାସ ବି.ଟି ରାସ୍ତା (କେରାଣ୍ଡି ପଞ୍ଚାୟତ, ଗୋସାଣୀ ବ୍ଲକ)
- ବଡ଼କୋଟୁରୁ ଠାରେ ରାସ୍ତା ନିର୍ମାଣ (ବଡ଼କୋଟୁରୁ ପଞ୍ଚାୟତ, ଗୋସାଣୀ ବ୍ଲକ)
- ଜାଲାଙ୍ଗୋ, କାଦାମ୍ବାତାଲ ଏବଂ ନାରଙ୍ଗୀଝୋଲାରୁ ଦାମ୍ବାଲୋ ହାଇସ୍କୁଲ ରାସ୍ତା [୫.୦୦ କି.ମି.] (ଦାମ୍ବାଲୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
– ପଡ଼ାସାହିରୁ କିଡ଼ାସାର ରାସ୍ତା ନିର୍ମାଣ (ଗାଇବା ପଞ୍ଚାୟତ, ଗୁମ୍ମା ବ୍ଲକ)
– ବୁରୁଡ଼ାରୁ ପେଡ଼ାମାଡ଼ି ରାସ୍ତା ନିର୍ମାଣ (ଗାଇବା ପଞ୍ଚାୟତ, ଗୁମ୍ମା ବ୍ଲକ)
- ଗଣ୍ଡାହାତୀ ଆର.ଡି ରାସ୍ତାରୁ ସିଙ୍ଗିପୁର ଦେଇ କୃଷ୍ଣସାଗର ଆର.ଡି ରାସ୍ତାକୁ ବି.ଟି ରାସ୍ତା [୪.୫ କି.ମି.] (ଗଣ୍ଡାହାତୀ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ତାରାବସିଂରୁ ଲିମାରସିଂ ରାସ୍ତା [୨.୦୦ କି.ମି.] (ମାର୍ଲୋବା ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ରାଇଡ଼ାରୁ ସିନ୍ଦିସିଂ ରାସ୍ତା (ଜାଲାଙ୍ଗୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ମାର୍ଲୋବାରୁ ଡାବାସାହି ଦେଇ ରାଇଡ଼ା ନୂଆସାହି ରାସ୍ତା [୫.୦୦ କି.ମି.] (ଜାଲାଙ୍ଗୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ପି.ଡବ୍ଲୁ.ଡି ରାସ୍ତାରୁ ସାନକରଞ୍ଜାସାହି ରାସ୍ତା (ପୁତାର ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ତଳରୁଇସିଂରୁ ଉପର ରୁଇସିଂ ରାସ୍ତା (ଦାମ୍ବାଲୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ଢାବାପୁରରୁ ଗାକୁଲା ରାସ୍ତା (ଖାରଡ଼ା ପଞ୍ଚାୟତ, କାଶୀନଗର ବ୍ଲକ)
- ତଳଶଙ୍କରଡ଼ାରୁ ଅୟାଦକରଣସାହି ରାସ୍ତା (ଏସ୍. କରଡ଼ାସିଂ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ତାମାସିଂ, ପାଣ୍ଡ୍ରୁଙ୍ଗରୁ ତଳ ତାମାସିଂ ରାସ୍ତା (ତାରାଙ୍ଗଡ଼ା ପଞ୍ଚାୟତ, ଗୁମ୍ମା ବ୍ଲକ)
– ଅଜୟଗଡ଼ାରୁ ବୁଢ଼ୀଘାଟି ଛକ ଦେଇ ବରାବର ରାସ୍ତା (ଅଜୟଗଡ଼ା ପଞ୍ଚାୟତ, ଗୁମ୍ମା ବ୍ଲକ)
- ଲିଙ୍ଗା ଆର.ଡି ରାସ୍ତାରୁ ସାରଣକୁଳ ଦେଇ ପଦରସିଂ ରାସ୍ତା (ତାରବା ପଞ୍ଚାୟତ, ଗୁମ୍ମା ବ୍ଲକ)
- ଉପର ତାନ୍ଦ୍ରାଙ୍ଗରୁ ବୁରୁସିଂ ଦେଇ ଗାଇବା ରାସ୍ତା (ଗାଇବା ପଞ୍ଚାୟତ, ଗୁମ୍ମା ବ୍ଲକ)
- ପାଲସିଙ୍ଗୁଡ଼ା ଠାରେ ଆର.ଡି ରାସ୍ତା ନିର୍ମାଣ (ଖାଣ୍ଡବା ପଞ୍ଚାୟତ, କାଶୀନଗର ବ୍ଲକ)
- ସିତାରାଇଗାଣ୍ଡରୁ ଶାରଦା ଗ୍ରାମ ରାସ୍ତା (କରଡ଼ାସିଂ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- କାକାଲୁଙ୍ଗା ନାଳ ଉପରେ କଲଭର୍ଟ ନିର୍ମାଣ (ମାର୍ଲୋବା ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ଜୋଦୁରାରୁ ଲିଙ୍ଗା ଦେଇ ଗୋରାବା ଆର.ଡି ରାସ୍ତା (ପାର୍ତ୍ତାଡ଼ା ପଞ୍ଚାୟତ, କାଶୀନଗର ବ୍ଲକ)
- ଜାଲାଙ୍ଗୋ-କାଦାମ୍ବାତାଲ ଏବଂ ନାରଙ୍ଗୀଝୋଲାରୁ ଜାମ୍ବୋସାହି ଦେଇ ଦାମ୍ବାଲୋ ରାସ୍ତା (ଜାଲାଙ୍ଗୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- ଗଙ୍ଗାବଡ଼ାରୁ କେରାଣ୍ଡି ପଞ୍ଚାୟତ ଆର.ଡି ରାସ୍ତା ନିର୍ମାଣ (କେରାଣ୍ଡି ପଞ୍ଚାୟତ, ପାରଳାଖେମୁଣ୍ଡି/ଗୋସାଣୀ ବ୍ଲକ)
- ତାରବାରୁ ଆଶ୍ରୟଗଡ଼ା ରାସ୍ତାର ୨ୟ କି.ମି. ଠାରେ ସ୍ଥାନୀୟ ନାଳ ଉପରେ ଉଚ୍ଚସ୍ତରୀୟ (HL) ସେତୁ ନିର୍ମାଣ (ତାରବା ପଞ୍ଚାୟତ, ଗୁମ୍ମା ବ୍ଲକ)
- ଜାଲାଙ୍ଗୋରୁ ଭାଲିଆସାହି (ରାଇଡ଼ାନୂଆସାହି) ସ୍ଥାନୀୟ ନାଳ ଉପରେ ଉଚ୍ଚସ୍ତରୀୟ (HL) ସେତୁ ନିର୍ମାଣ (ଜାଲାଙ୍ଗୋ ପଞ୍ଚାୟତ, ରାୟଗଡ଼ା ବ୍ଲକ)
- କରଡ଼ାସିଂରୁ ଅଞ୍ଚଳା ମହେନ୍ଦ୍ରତନୟା ନଦୀ ଉପରେ ଉଚ୍ଚସ୍ତରୀୟ (HL) ସେତୁ ନିର୍ମାଣ (କରଡ଼ାସିଂ ପଞ୍ଚାୟତ, ରାୟଗଡ଼ା ବ୍ଲକ)
ଏହି ସମସ୍ତ ପ୍ରକଳ୍ପର ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ସାଂସଦ ଶ୍ରୀ ପାଣିଗ୍ରାହୀ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ, ପୂର୍ତ୍ତ ସଚିବ, ଗଜପତି ଜିଲ୍ଲାପାଳ ଏବଂ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ଦିନରେ ଏହି ଗ୍ରାମୀଣ ଭିତ୍ତିଭୂମି ସୁଦୃଢ଼ ହେଲେ ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସାଂସଦ ଆଶା ପ୍ରକାଶ କରିଛନ୍ତି।


