Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା
ଆଜିର ଖବର

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

ଗଞ୍ଜାମ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ଦିଗପହଣ୍ଡି ଏନ୍‌ଏସି  ପକ୍ଷରୁ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ପରିବେଶକୁ ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ଉଦ୍ଦେଶ୍ୟରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ନିଜେ ସାଇକେଲ ଚଲାଇ ସହର ପରିକ୍ରମା କରିବା ସହ ଲୋକଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି।

ଆଜି ବିଧାୟକ ଶ୍ରୀ ମହାପାତ୍ର ପ୍ରଥମେ ଦିଗପହଣ୍ଡି ପୁଞ୍ଜିକାଆଁ ଛକସ୍ଥିତ ପୋଖରୀରେ ସାମୂହିକ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ନିଜେ ଶ୍ରମଦାନ କରିଥିଲେ। ଏହାପରେ ବଜାରସାହିସ୍ଥିତ ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସ୍ଥାନୀୟ ହନୁମାନ ଛକରୁ ଆୟୋଜିତ ସାମୂହିକ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ସେ ସହର ପରିକ୍ରମା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ସାଇକେଲର ବହୁଳ ବ୍ୟବହାର କରିବାକୁ ସେ ଛାତ୍ରଛାତ୍ରୀ ଓ ସହରବାସୀଙ୍କୁ ନିବେଦନ କରିଥିଲେ।

କାର୍ଯ୍ୟକ୍ରମର ଶେଷ ଭାଗରେ, ୩ ନମ୍ବର ୱାର୍ଡ ପିଏଚ୍‌ଡି ଅଫିସ ନିକଟସ୍ଥ ସ୍ମାର୍ଟ ପାର୍କ ପରିସରରେ ବୃକ୍ଷଚାରା ରୋପଣ କରାଯାଇଥିଲା। ଏହି ଅବସରରେ ବିଧାୟକ ସହରର ସାମଗ୍ରିକ ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ନେଇ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ବିଧାୟକ ସାଇକେଲ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026
Latest News

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.