Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ
ଆଜିର ଖବର

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

October 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା। ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ବ୍ୟାପକ ଖୋଜାଖୋଜି କରିବା ପରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଅନ୍ୟ ଜଣେ ନାବାଳକ ଏପର୍ଯ୍ୟନ୍ତ ନିଖୋଜ ଥିବାରୁ ତାଙ୍କର ସନ୍ଧାନ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଝାଡ଼େଶ୍ୱରପୁର ଅଞ୍ଚଳର କିଛି ନାବାଳକ ରାଜପୁର ନିକଟସ୍ଥ ସାହାଜାମାଲ ଅଞ୍ଚଳରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ଗାଧୋଉଥିବା ସମୟରେ ହଠାତ୍ ଅସାବଧାନତା ହେତୁ ସେମାନେ ଗଭୀର ପାଣି ଏବଂ ପ୍ରଖର ସ୍ରୋତ ମଧ୍ୟକୁ ଚାଲିଯାଇ ଭାସିଯାଇଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଅନ୍ୟ ଦୁଇଜଣ ନଦୀର ସ୍ରୋତରେ ଭାସିଯାଇଥିଲେ।

ଭାସିଯାଇଥିବା ଦୁଇ ନାବାଳକ ହେଲେ ଝାଡ଼େଶ୍ୱରପୁର ଅଞ୍ଚଳର ୧୫ ବର୍ଷୀୟ ଶେଖ ସାମସେଦ ଏବଂ ଖଡ଼ଗପୁର ଅଞ୍ଚଳର ୧୧ ବର୍ଷୀୟ ଶେଖ ଜିସାନ। ଘଟଣା ପରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସନ୍ଧାନ ଅଭିଯାନ ଜାରି ରହିଛି।

ନାବାଳକଙ୍କ ମୃତ୍ୟୁ ସୁବର୍ଣ୍ଣରେଖା
Share. Facebook Twitter LinkedIn Email WhatsApp Copy Link

Related Posts

PM Modi in Odisha: ଭୁବନେଶ୍ବରରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 25, 2026

ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ଯୋଗଦେଲେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା

October 25, 2026

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026
Latest News

PM Modi in Odisha: ଭୁବନେଶ୍ବରରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 25, 2026

ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ଯୋଗଦେଲେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା

October 25, 2026

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ ଏସିଆ କପ୍ କାର୍ଯ୍ୟସୂଚୀ

October 25, 2026

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.