Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ
ଆଜିର ଖବର

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ
ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଧନୁଯାତ୍ରାର ୭୯ ବର୍ଷର ସମୃଦ୍ଧ ପରମ୍ପରା ଓ ଏହା ସହ ଜଡ଼ିତ ଲୋକଙ୍କ ଭାବନା ଓ ଅନନ୍ୟ କଳାକୁ ନେଇ ପ୍ରସ୍ତୁତ ହୋଇଛି ଏକ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର – ‘ମାମୁ ଘରକୁ ଯାତ୍ରା’। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଏହାର ସହଯୋଗୀ ରହିଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଯୋଗ ଦେଇଥିଲେ।

“ଧନୁଯାତ୍ରା ଉପରେ ଏଭଳି ଏକ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ହେବା ସ୍ଵାଗତଯୋଗ୍ୟ। ଏହା ମାଧ୍ୟମରେ ଧନୁଯାତ୍ରାର ଇତିହାସ, ପରମ୍ପରା ଓ ଲୋକକଳା ସାରା ବିଶ୍ୱରେ ଆହୁରି ପ୍ରସାରିତ ହୋଇପାରିବ। ଆଗାମୀ ଦିନରେ ଧନୁଯାତ୍ରା ଉପରେ ଗବେଷଣା କରୁଥିବା ଗବେଷକ, ଐତିହାସିକ ଓ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏହି ଡକ୍ୟୁମେଣ୍ଟାରୀ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେବ ବୋଲି ମୁଁ ଆଶା କରୁଛି,” କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ।

ଓଡ଼ିଶାଲାଇଭର ସିଇଓ ଏବଂ ମାମୁ ଘରକୁ ଯାତ୍ରା ପ୍ରମାଣିକ ଚଳଚ୍ଚିତ୍ରର ପ୍ରଯୋଜକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ିଶାଲାଇଭର ନିର୍ଦ୍ଦେଶକ ଭବାନି ପ୍ରସାଦ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାଲାଇଭର ନିର୍ଦ୍ଦେଶକ ଏବଂ ‘ମାମୁ ଘରକୁ ଯାତ୍ରା’ର ସହ ପ୍ରଯୋଜିକା ପ୍ରଣତି ପରିଡ଼ା ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଶାସକ, କଳାକାର, ବୁଦ୍ଧିଜୀବୀ, ଗଣମାଧ୍ୟମ, କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ର ସହ ଜଡ଼ିତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଉପସ୍ଥିତିରେ ‘ମାମୁ ଘରକୁ ଯାତ୍ରା’ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଏହାସହ ବରଗଡ଼ ଧନୁଯାତ୍ରାର ଲୋକପରମ୍ପରାକୁ ଆଗେଇ ନେଉଥିବା କଳାକାର ଓ ସୃଜନଶୀଳ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ୧୯୯୮ରୁ ୨୦୦୦, ୨୦୧୭ରୁ ୨୦୨୦ ଏବଂ ୨୦୨୫ରେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହାସହ ଅନ୍ୟ ବରିଷ୍ଠ କଳାକାର, ଶିଶୁ କଳାକାର, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ଟିମ୍‌ର ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

“ବରଗଡ଼ ଧନୁଯାତ୍ରା ହେଉଛି ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ଲୋକପରମ୍ପରାର ଏକ ନିଆରା ପରିଚୟ। ବିଗତ ଦିନରେ ଧନୁଯାତ୍ରାକୁ ନେଇ ଆମେ ଦୁଇଟି କଫି ଟେବୁଲ୍‌ ବୁକ୍‌ ପ୍ରକାଶ କରିବା ସହ ଓଡ଼ିଶାଲାଇଭ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ମାଧ୍ୟମରେ ଅନେକ ଭିଡିଓ ପ୍ରସାରଣ କରିଛୁ। ଆଜି ‘ମାମୁ ଘରକୁ ଯାତ୍ରା’ ପ୍ରାମାଣିକ ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଉଛି। ଧନୁଯାତ୍ରାର ଅନନ୍ୟ ପରମ୍ପରା, ଲୋକଜୀବନ ଓ ଏହା ସହ ଜଡ଼ିତ ସାଂସ୍କୃତିକ କାହାଣୀକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚିବ ବୋଲି ଆମେ ଆଶା କରୁଛୁ,” କହିଛନ୍ତି ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ।

‘ମାମୁ ଘରକୁ ଯାତ୍ରା’ ପ୍ରାମାଣିକ ଚଳଚ୍ଚିତ୍ରର ଗ୍ଲୋବାଲ୍ ଡିଜିଟାଲ୍ ପ୍ରିମିୟର ଓଡ଼ିଶାଲାଇଭର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରସାରଣ କରାଯାଇଛି। ଏହାକୁ ଦେଶବିଦେଶର ଦର୍ଶକମାନେ ଦେଖିପାରିବେ।

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଲୋକପରମ୍ପରାର କାହାଣୀକୁ ଡିଜିଟାଲ୍‌ ମାଧ୍ୟମରେ ଦେଶ ବିଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ଓଡ଼ିଶାଲାଇଭ୍‌ ନିରନ୍ତର କାର୍ଯ୍ୟ କରିଆସୁଛି। ବିଶ୍ୱର ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗ ମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରାର ସମୃଦ୍ଧ ପରମ୍ପରା ଓ ସାଂସ୍କୃତିକ ବିବିଧତାକୁ ନେଇ ‘ମାମୁ ଘରକୁ ଯାତ୍ରା’ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

ପ୍ରାମାଣିକ ଚଳଚ୍ଚିତ୍ର ବରଗଡ଼ ଧନୁଯାତ୍ରା ମାମୁ ଘରକୁ ଯାତ୍ରା’ ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026
Latest News

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.