Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ
ଆଜିର ଖବର

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ବର: ଦୀର୍ଘ ୮ ବର୍ଷର ଲମ୍ବା ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ। ଏହି ଆକାଂକ୍ଷିତ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟର କ୍ୟାମ୍ପସଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରକାଶିତ ସୂଚୀ ଅନୁଯାୟୀ, ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ। ଅକ୍ଟୋବର ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ସୁଯୋଗ ରହିଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୪ ତାରିଖରେ ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ଓ କ୍ୟାମ୍ପସ ବିକାଶର ଯୋଜନା ରଖିବା ପାଇଁ ପ୍ରସିଦ୍ଧ ‘ୱାଇ ଆଇ ଷ୍ଟାଣ୍ଡ ଫର୍’ ସଭା ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ ଏବଂ ଭୋଟ ଗଣତି ପରେ ସେହିଦିନ ହିଁ ଫଳାଫଳ ଘୋଷଣା ହେବ। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ ତାରିଖରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ।

ନିର୍ବାଚନକୁ ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ଏବଂ ହିଂସାମୁକ୍ତ କରିବା ପାଇଁ କୃତ୍ରପକ୍ଷ ଓ ପୋଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଲିଙ୍ଗଡୋ କମିଟିର ସୁପାରିସ ଓ ନିୟମାବଳୀ ଅନୁଯାୟୀ ପରିଚାଳିତ ହେବ। ଏହି ନିୟମ ଅନୁସାରେ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ସୀମା ୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସ୍ନାତକ (+୩) ସ୍ତରର ପ୍ରାର୍ଥୀଙ୍କ ବୟସ ୧୭ରୁ ୨୨ ବର୍ଷ ଏବଂ ସ୍ନାତକୋତ୍ତର (ପିଜି) ସ୍ତରର ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୨୫ ବର୍ଷ ରହିବା ବାଧ୍ୟତାମୂଳକ। କେବଳ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବୈଧ ଛାତ୍ରଛାତ୍ରୀମାନେ ହିଁ ପ୍ରକ୍ରିୟାରେ ଭାଗ ନେଇପାରିବେ। ନିର୍ବାଚନ କାରଣରୁ ଯେପରି ଶିକ୍ଷାଦାନ ବାଧାପ୍ରାପ୍ତ ନହୁଏ ଏବଂ କ୍ୟାମ୍ପସ ଶୃଙ୍ଖଳା ବଜାୟ ରହେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ମତଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Latest News

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ: ବିକଶିତ ଭାରତ ସଂକଳ୍ପ ସହ ଦେଶବାସୀ, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଜଣାଇଲେ ଗଭୀର କୃତଜ୍ଞତା

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.