ଦେଶରେ ବ୍ୟାଙ୍କ ଠକେଇ ମାମଲା ବଢିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ବଢ଼ିଥିବା ସ୍ବୀକାର କରାଯାଇଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ୬୮୦୧ ଠକେଇ ମାମଲା ଧରାପଡିଛି। ଏଥିରେ ୭୧,୫୪୨.୯୩ କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ୨୦୧୭-୧୮ରେ ଏହି ପରିମାଣ ୪୧,୧୬୭.୦୪ କୋଟି ଟଙ୍କା ଥିଲା। ଯାହା ପୂର୍ବ ବର୍ଷଠାରୁ ୭୩.୮ ପ୍ରତିଶତ ଅଧିକ । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସର୍ବାଧିକ ଋଣ ପ୍ରଦାନ କରୁଥିବା ବେଳେ ସେମାନେ ଅଧିକ ପରିମାଣରେ ଠକେଇର ସମ୍ମୁଖୀନ ହୋଇଛନ୍ତି ବୋଲି କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ କୁହାଯାଇଛି। ଇଣ୍ଟରନେଟ୍ ବ୍ୟାଙ୍କିଂ, ଡିଜିଟାଲ କାର୍ଡ, ଡିପୋଜିଟ୍, ବିଦେଶୀ ମୁଦ୍ରା ବିନିମୟ, ଚେକ୍ , ଡିମାଣ୍ଡ ଡ୍ରାଫ୍ଟ ଆଦି ଏହିସବୁ କ୍ଷେତ୍ରରେ ମଧ୍ୟ ଠକେଇ ହୋଇଛି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି : ରିଜର୍ଭ ବ୍ୟାଙ୍କ
Published:
Aug 30, 2019, 11:49 am IST
Tags: