Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨ଟା ସମୟରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମ ପୂର୍ବରୁ, ପ୍ରଧାନମନ୍ତ୍ରୀ ସରୋଜିନୀ ନଗର ସ୍ଥିତ ଜିପିଆର୍‌ଏ ଟାଇପ୍‌-୫ କ୍ୱାର୍ଟର୍ସ ପରିଦର୍ଶନ କରି ମହିଳା ଆବଣ୍ଟିତମାନଙ୍କୁ ଚାବି ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୮,୩୦୦ କୋଟି ଟଙ୍କାର ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋରେ ଦୁଇଟି ନୂତନ କରିଡର ମଧ୍ୟ ଉଦଘାଟନ କରିବେ। ଏଥିରେ ପ୍ରାୟ ୧୨.୩ କିଲୋମିଟର ଲମ୍ବା ମଜଲିସ୍ ପାର୍କ-ମୌଜପୁର ବାବରପୁର (ପିଙ୍କ ଲାଇନ୍‌) କରିଡର ଏବଂ ପ୍ରାୟ ୯.୯ କିଲୋମିଟର ଲମ୍ବା ଦୀପାଲୀ ଚୌକ-ମଜଲିସ ପାର୍କ (ମାଜେଣ୍ଟା ଲାଇନ୍‌) କରିଡର ଅନ୍ତର୍ଭୁକ୍ତ। ଏହି ନୂତନ ସଂଯୋଗୀକରଣ ଯୋଗୁଁ ଦିଲ୍ଲୀର ବୁରାଡି, ଜଗତପୁର-ୱାଜିରାବାଦ, ଖଜୁରୀ ଖାସ, ଭଜନପୁରା, ଜମୁନା ବିହାର, ମଧୁବନ ଚୌକ, ହାଇଦରପୁର ବାଦଲି ମୋଡ, ଭଲସ୍ୱା, ମଜଲିସ୍ ପାର୍କ ସମେତ ଅନେକ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଭି-ଏ ପର୍ଯ୍ୟାୟ ଅନ୍ତର୍ଗତ ପ୍ରାୟ ୧୬.୧୦ କିଲୋମିଟର ଲମ୍ବ ତିନିଟି ନୂତନ କରିଡରର ମଧ୍ୟ ଶିଳାନ୍ୟାସ କରିବେ। ଏହି ତିନିଟି ନୂତନ କରିଡର ହେଉଛି ଆର୍‌.କେ. ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ, ଏରୋସିଟିରୁ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଟର୍ମିନାଲ-୧ ଏବଂ ତୁଗଲକ୍‌ବାଦରୁ କାଲିନ୍ଦୀ କୁଞ୍ଜ। ଏହି କରିଡରଗୁଡିକ ଜାତୀୟ ରାଜଧାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସିଧାସଳଖ ସଂଯୋଗ କରିବ ଏବଂ ନୋଏଡା, ଦକ୍ଷିଣ ଦିଲ୍ଲୀ ଏବଂ ବିମାନବନ୍ଦର ମଧ୍ୟରେ ଯାତ୍ରା କରୁଥିବା ବାସିନ୍ଦାଙ୍କ ପାଇଁ ଯୋଗାଯୋଗକୁ ଉନ୍ନତ କରିବ।

ପ୍ରଧାନମନ୍ତ୍ରୀ ଜେନେରାଲ ପୁଲ ରେସିଡେନ୍ସିଆଲ୍ ଆକୋମୋଡେସନ୍ (ଜିପିଆରଏ) ପୁନଃବିକାଶ ଯୋଜନା ଅଧୀନରେ ୧୫,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ସରୋଜିନୀ ନଗର, ନେତାଜୀ ନଗର, କସ୍ତୁରବା ନଗର ଏବଂ ଶ୍ରୀନିବାସପୁରୀ ଭଳି ପ୍ରମୁଖ ସ୍ଥାନରେ ବିସ୍ତାରିତ ଏହି ପ୍ରକଳ୍ପଗୁଡିକ ଜିପିଆର୍‌ଏ କଲୋନୀଗୁଡିକର ଆଧୁନିକୀକରଣ ଏବଂ ସରକାରୀ କର୍ମଚାରୀ ତଥା ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାର ଏକ ଅଂଶ।

ଏହି ପ୍ରକଳ୍ପଗୁଡିକୁ ଏକ ଅଭିନବ ଆତ୍ମନିରନ୍ତର ଆର୍ଥିକ ମଡେଲ ମାଧ୍ୟମରେ ପୁନଃବିକଶିତ କରାଯାଇଛି ଯାହା ସୁନିଶ୍ଚିତ କରୁଛି ଯେ, ପୁନଃବିକାଶ ସରକାରୀ ରାଜକୋଷ ଉପରେ କୌଣସି ବୋଝ ନପକାଇ କରାଯାଇଛି। ଏହି ମଡେଲ୍ ଅନୁଯାୟୀ, ସରକାର ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରକଳ୍ପ କ୍ଷେତ୍ରର ଏକ ସୀମିତ ଅଂଶକୁ ବାଣିଜ୍ୟିକ ତଥା ଆବାସିକ ସ୍ଥାନ ନିମନ୍ତେ ବିକଶିତ ଏବଂ ମୁଦ୍ରୀକୃତ କରୁଛନ୍ତି। ଏଥିରୁ ପ୍ରାପ୍ତ ରାଜସ୍ୱକୁ ଆଧୁନିକ ସରକାରୀ ଗୃହ, ଭିତ୍ତିଭୂମି ଏବଂ ସାର୍ବଜନୀନ ସୁବିଧାଗୁଡିକୁ ପୁନଃବିକାଶ କରିବା ପାଇଁ ବ୍ୟବହାର କରାଯାଉଛି।

ପୁନଃବିକାଶ ଯୋଜନା ଅଧୀନରେ ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରାୟ ୪୮ ଲକ୍ଷ ବର୍ଗଫୁଟର କାର୍ଯ୍ୟାଳୟ ସ୍ଥାନ ସହିତ ୯,୩୫୦ରୁ ଅଧିକ ଆଧୁନିକ ଫ୍ଲାଟ ଯୋଗାଇ ଦିଆଯିବ ଯାହା ଦ୍ୱାରା ପ୍ରଶାସନିକ ଦକ୍ଷତା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବା ସହ ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ସୃଷ୍ଟି ହେବ।

ଦିଲ୍ଲୀ ନରେନ୍ଦ୍ର ମୋଦୀ ବିକାଶ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026

ଟାଟା ମ୍ୟାଜିକ୍‌କୁ ପିଟିଲା ଟ୍ରକ୍‌, ଘଟଣାସ୍ଥଳରେ ୬ ମୃତ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.