ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଲୟାଲମ୍ ମନୋରମାର ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ, ନୂଆ ଭାରତରେ ‘ସାଙ୍ଗିଆ’ର ଆବଶ୍ୟକତା ନାହିଁ । ବରଂ ନିଜ ନାମ କରିବା ପାଇଁ ଯୁବାଙ୍କ ଭିତରେ କ୍ଷମତା ରହିବା ଜରୁରୀ । ଏହି ସମୟରେ ମୋଦି ନିୟୁ ଇଣ୍ଡିଆ ଓ ପରିବର୍ତ୍ତନ ବିଷୟରେ କହିଛନ୍ତି। ଏଠାରେ କୌଣସୀ ଯୁବକଙ୍କର ସାଙ୍ଗିଆର କୌଣସୀ ଆବଶ୍ୟକତା ନାହିଁ। ସେମାନେ ନିଜ କ୍ଷମତା ବା ଦକ୍ଷତାରେ ନିଜ ନାମ ତିଆରି କରୁଛନ୍ତି। ନୂଆ ଭାରତ କିଛି ଲୋକଙ୍କ ପାଇଁ ନୁହେଁ ବରଂ ଏହା ପ୍ରତି ନାଗରିକଙ୍କ ସ୍ଵର। ଏହା ସେହି ଭାରତ ଯେଉଁଠାରେ ଭ୍ରଷ୍ଟାଚାର ଏକ ବିକଳ୍ପ ନୁହେଁ। ଯୋଗ୍ୟତା ହିଁ ଆଦର୍ଶ। ନିୟୁ ଇଣ୍ଡିଆରେ ଆପଣ ଏଭଳି ପରିବର୍ତ୍ତନ ଦେଖୁଛନ୍ତି ଯାହା ପୂର୍ବରୁ ଅସମ୍ଭବ ତାହା ଏବେ ସମ୍ଭବପର ହୋଇଛି ବୋଲି କହିଛନ୍ତି ମୋଦି। ଷ୍ଟାର୍ଟଅପ୍ ହେଉ ଅଥବା ଖେଳ ପ୍ରତିଟି କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ରେଳଷ୍ଟେସନରେ ଓ୍ବାଇଫାଇ ସୁବିଧା ମିଳୁଛି । ଏବେ ନୂଆ ଭାରତ ସ୍ବଚ୍ଛ ଭାରତ ଓ ଭ୍ରଷ୍ଟାଚାର ଭାରତ ହୋଇ ଆଗକୁ ବଢୁଛି ।
ନୂଆ ଭାରତରେ ସାଙ୍ଗିଆର କୌଣସି ଆବଶ୍ୟକତା ନାହିଁ, କେବଳ ଦକ୍ଷତା ଆବଶ୍ୟକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Published:
Aug 30, 2019, 1:41 pm IST
Tags: