ପଶ୍ଚିମବଙ୍ଗର ମମତା ସରକାରଙ୍କ ମବ ଲିଚିଂ ବିରୋଧରେ ନୂଆ ଆଇନ୍ ଆଣିଛନ୍ତି। ଆଜି ବିଧାନସଭାରେ ଏହି ନୂଆ ଆଇନ୍ର ବିଧେୟକ ଆଣିଛନ୍ତି। ଏଥିରେ ମବ ଲିଚିଂ ବିରୋଧରେ କଡ଼ା ପ୍ରାବଧାନ ରହିଛି। ଏହି ନୂଆ ନିୟମ ଜରିଆରେ ଭିଡ ହିଂସାକୁ ଉସୁକାଇବା ପାଇଁ ଆଜୀବନ କାରବାସର ଦଣ୍ଡବିଧାନ ରହିଛି। ତେବେ ମବ ଲିଚିଂ ଉପରେ ସର୍ବପ୍ରଥମେ ରାଜସ୍ଥାନ ଆଇନ୍ ଆଣିଥିବାବେଳେ ପଶ୍ଚିମବଙ୍ଗ ଦ୍ବିତୀୟସ୍ଥାନରେ ରହିଛି। ଏହି ଭିଡ ହିଂସା ପାଇଁ ଷଡଯନ୍ତ୍ରକାରୀଙ୍କ ପାଇଁ ଦଣ୍ଡ ବିଧାନର ପ୍ରାବଧାନ ରହିଛି । ଏହାସହ ଭିଡ ହିଂସାରେ ସାମିଲ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ବିଧେୟକରେ ଦଣ୍ଡ ବିଧାନ ରହିଛି। ବିଧେୟକରେ ଆଜୀବନ ଜେଲ ଦଣ୍ଡ ସହ ବୃହତର ଦଣ୍ଡଭାବେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନାର ନିୟମ ରହିଛି । ଆଗତ ବିଧେୟକ ଅନୁସାରେ ଧର୍ମ, ଜାତି, ଲିଂଗ, ଜନ୍ମ ସ୍ଥାନ, ଭାଷା, ଆଚରଣ ବ୍ୟବହାର, ଜାତିୟତା ଅବା ଅନ୍ୟ ଆଧାର ଉପରେ ହେଉଥିବା ହିଂସକୁ ଭିଡ ହିଂସ ଭାବେ ବର୍ଣ୍ଣନା କରାଯାଇଛି ।
Tags: