କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସୁଧହାର ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରମ ବିଭାଗ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ଆସନ୍ତା 2018-19 ଆର୍ଥିକ ବର୍ଷ ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ପ୍ରାୟ 6 କୋଟି ଉପଭୋକ୍ତା ଲାଭବାନ ହେବେ । ପୂର୍ବରୁ ଇପିଏଫ୍ ସୁଧହାର 8.55 ପ୍ରତିଶତ ରହିଥିଲା । ନୂଆଦିଲ୍ଲୀରେ ଏଫ୍ଆଇସିସିଆଇ ପକ୍ଷରୁ ଅନୁଷ୍ଠିତ ଏକ ସମ୍ମିଳନୀରେ ଗଙ୍ଗଓ୍ବାର ଏହି ସୂଚନା ଦେଇଛନ୍ତି । 2015-16ରେ ସୁଧହାର 8.8 ପ୍ରତିଶତ ରହିଥିବା ବେଳେ 2016-17ରେ ଏହା 8.65 ଏବଂପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା 8.55 ପ୍ରତିଶତକୁ ହ୍ରାସ ପାଇଥିଲା ।
Tags: