କେରଳକୁ ବିପର୍ଯ୍ୟୟ ସହାୟତା ରାଶି ନ ମିଳିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

Published: Aug 30, 2019, 3:55 pm IST

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ଼ର ସାଂସଦ ରାହୁଲ୍‌ ଗାନ୍ଧି କେରଳକୁ ବିପର୍ଯ୍ୟୟ ସହାୟତା ରାଶି ନ ମିଳିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଗାନ୍ଧି ଶୁକ୍ରବାର ଦିନ ଟୁଇଟ୍‌ କହିଛନ୍ତି ଯେ, ଗୁରୁବାୟପୁରରୁ ଆପଣ (ମୋଦି) ଙ୍କ ଯାତ୍ରା ପରେ କେରଳରେ ବନ୍ୟା ବିପତ୍ତି ଆସିଛି, ଏଥିରେ ଧନଜୀବନ ବହୁପରିମାଣରେ ନଷ୍ଟ ହୋଇଛି । କିନ୍ତୁ କେରଳ ଏବେବି ସହାୟତା ରାଶି ପାଇଁ ଅପେକ୍ଷା କରିଛି । ଅନ୍ୟ ରାଜ୍ୟମାନଙ୍କୁ ବିପର୍ଯ୍ୟୟ ସହାୟତା ରାଶି ଦିଆଯାଇଥିବାବେଳେ କେରଳକୁ ଏପର୍ଯ୍ୟନ୍ତ ସହାୟତା ରାଶି ମିଳିନାହିଁ । ନିକଟରେ କେନ୍ଦ୍ରସରକାର କିଛି ରାଜ୍ୟଙ୍କ ପାଇଁ ବିପର୍ଯ୍ୟୟ ସହାୟତା ରାଶିର ଘୋଷଣା କରିଥିବାବେଳେ କେରଳକୁ ଏହି ସହାୟତା ରାଶି ନ ମିଳିଥିବାରୁ ରାହୁଲ୍‌ କେନ୍ଦ୍ର ସରକାର ପାତରଅନ୍ତର ନୀତି ଆପଣାଉଛନ୍ତି ବୋଲଇ ଅଭିଯୋଗ କରିଛନ୍ତି । ରାହୁଲ୍‌ ଗାନ୍ଧି କେନ୍ଦ୍ରୀୟ ମନ୍ତ୍ରୀ ଯଥା ନରେନ୍ଦ୍ର ସିଂହ ତୋମାର, ହର୍ଷବର୍ଦ୍ଧନ ଓ ନିତିନ୍‌ ଗଡ୍‌କରୀଙ୍କୁ କେରଳରେ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ସାହାଯ୍ୟ ମାଗିଛନ୍ତି । ସମୁଦ୍ରକୂଳୀୟ କେରଳ ବନ୍ୟାରେ ବହୁ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ଜୀବନ ନଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକଙ୍କ ବାସଗୃହ ନଷ୍ଟ ହୋଇଛି । ଓ୍ବାୟନାଡରୁ ୫୦,୦୦୦ ଲୋକ ବନ୍ୟା ଆଶ୍ରୟସ୍ଥଳୀରେ ଶରଣ ନେଇଥିଲେ ।

Related posts