ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯାଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ସମନ ଜାରି କରାଯାଇଥିଲା । ଶୁକ୍ରବାର ଶିବକୁମାର କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇ ଯାଇଥିଲା । ଏହାପରେ ଶିବକୁମାରଙ୍କୁ ଆଜି ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏକ ଅର୍ଥ ହେରଫେର ମାମଲାରେ ଇଡିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପାଇଁ ବୁଧବାର ଶିବକୁମାରଙ୍କୁ ସମନ ଜାରି କରାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ଆୟକର ଠକେଇ ଅଭିଯୋଗ ନେଇ ଶିବକୁମାରଙ୍କ ବିପକ୍ଷରେ ଅଭିଯୋଗ କରାଯାଇଥିଲା ।
Tags: