ଚଳିତ ଲୋକସଭା ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଦଳ ଭିତରେ କନ୍ଦଳ ପରିଲକ୍ଷିତ ହେଉଛି । ନିକଟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦୋଷୀ କରି ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହୋଇଛନ୍ତି ସୋନିଆ ଗାନ୍ଧି । ମଧ୍ୟପ୍ରଦେଶର ରାଜନୀତିରେ ଏବେ ବେଶ୍ ଗୋଳମାଳିଆ ହୋଇଛି । ପ୍ରଦେଶର କଂଗ୍ରେସର ଅଧ୍ୟକ୍ଷ ହେବା ନେଇ କମଲନାଥଙ୍କ ସମର୍ଥକ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କ ଭିତରେ ଦ୍ବନ୍ଦ୍ବ ଚାଲିଛି । ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ନ ହେଲେ ଅନ୍ୟ କିଛି ବିକଳ୍ପ ଦେଖିବେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିବାର ଶୁଣାଯାଉଛି । ତେବେ ଏହାର ସତ୍ୟତା ସମ୍ପର୍କରେ କିଛି ଜଣାପଡ଼ିନାହିଁ । ତେବେ ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓ ସିନ୍ଧ୍ୟାଙ୍କ ସମର୍ଥକ ପ୍ରଦ୍ୟୁମ୍ନ ସିଂହ ତୋମାର ଏହାକୁ ମିଥ୍ୟା ପ୍ରଚାର ବୋଲି କହିଛନ୍ତି। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିଛନ୍ତି । ଆଗାମୀ ଦୁଇ ଦିନରେ ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଚୟନ କରାଯିବ ।
ମଧ୍ୟପ୍ରଦେଶରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦ୍ବନ୍ଦ୍ବ
Published:
Aug 30, 2019, 5:37 pm IST
Tags: