ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁତୁରା ରତୁଲ ପୁରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏକ ଅର୍ଥ ହେରଫେର ମାମଲା ଏବଂ ବ୍ୟାଙ୍କ ଠକେଇ ମାମଲାରେ ପୁରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଯାଇଛି । ସ୍ବତନ୍ତ୍ର ବିଚାରପତି ସଞ୍ଜୟ ଗର୍ଗ ରତୁଲଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 20 ତାରିଖରେ ପୁରୀଙ୍କୁ ଗିରଫ କରାଯାଇଥିଲା । ଏହାପରେ ଅଗଷ୍ଟ 26 ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ରଖାଯାଇଥିଲା । 26ରେ ପୁନର୍ବାର ରତୁଲ୍ଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଯାଇଥିଲା । ଆଜି ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ପୁନର୍ବାର ଚାରି ଦିନିଆ ରିମାଣ୍ଡରେ ପଠାଯାଇଛି ।