ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଏକାସାଙ୍ଗରେ ଦେଶର ୧୫୦ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ହୋଇଥିବା ସ୍ଥାନ ଗୁଡ଼ିକମଧ୍ୟରେ ରେଳବାଇ, ପରିବହନ, ବ୍ୟାଙ୍କ ବିଏସ୍ନଏଲ୍ ଓ କୋଇଲା ସମେତ ଅନେକ ବିଭାଗର ଏକାଧିକ ଅଫିସ ରହିଛି। ସିବିଆଇ ସାରା ଦେଶରେ ବ୍ୟାପକ୍ ନିରୀକ୍ଷଣ କରୁଛି । ସିବିଆଇ ଭାରତର ପ୍ରମୁଖ ସହର ଦିଲ୍ଲୀ, ଯାଜପୁର, ଯୋଧପୁର, ଗୌହ୍ବାଟୀ, ଶ୍ରୀନଗର, ସିଲଂ, ଚଣ୍ଡୀଗଡ଼, ସିମ୍ଲା, ଚେନ୍ନାଇ, ମଦୁରାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଗାନ୍ଧିନଗର, ଗୋଆ, ଭୋପାଲ ଓ ଜବଲପୁର, ନାଗପୁର, ପାଟନା, ରାଞ୍ଜି, ଗାଜିଆବାଦ, ଦେରାଦୁନ୍, ଲକ୍ଷ୍ନୌ ପରି ପ୍ରମୁଖ ସହରରେ ଚଢାଉ କରାଯାଇଛି । ଯେଉଁ ସବୁ ସରକାରୀ ଅଫିସରେ ଦୁର୍ନୀତି ସମ୍ପର୍କରେ ସମ୍ୟକ୍ ସୂଚନା ମଧ୍ୟ ରହିଛି ସେଠାରେ ସିବିଆଇ ଚଢାଉ କରାଯାଇଥିବା ଜଣାପଡ଼ିଛି। ଅନେକ ସମୟରେ ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀମାନେ ସରକାରୀ ଅଫିସରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବିଭିନ୍ନସମୟରେ ସରକାରୀ ଅଫିସରେ ଲାଞ୍ଚ କାରବାର ହେଉଥିବା ଖବର ଆସୁଛି । ଦୁର୍ନୀତିଖୋର ଅଫିସରଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସିବିଆଇ ଚଢାଉ କରିଥିବାର ଜଣାପଡିଛି ।