ନୂଆଦିଲ୍ଲୀ: ପଞ୍ଜାବର ମାନସାରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ମାନସାରେ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ଜଣେ ସ୍ୱର ଉଠାଉଥିବା ପରମିନ୍ଦର ସିଂହ ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପରମିନ୍ଦର ସିଂହଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସାଥୀଙ୍କୁ ମଧ୍ୟ ଗୁରୁତର ଆଘାତ ଲାଗିଛି ଏବଂ ସେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଏକ ମେଡିକାଲ୍ ଷ୍ଟୋରରେ ଗୁଳି ଚାଳନା କରାଯାଇଥିଲା। ମେଡିକାଲ୍ ଷ୍ଟୋର ମାଲିକ ଅଶ୍ୱିନୀ କୁମାର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ସାଥୀଙ୍କ ସହିତ ଝୋଟା ଔଷଧ କିଣିବା ପାଇଁ ମେଡିକାଲ୍ ଷ୍ଟୋରକୁ ଯାଇଥିଲେ।
ପରମିନ୍ଦର ସିଂହ ଗତ କିଛି ବର୍ଷ ଧରି ପଞ୍ଜାବରେ ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଅଭିଯାନ ଚଳାଇଥିଲେ। ବିଶେଷକରି ନିଶାଦ୍ରବ୍ୟ ବିକ୍ରି କରୁଥିବା ଔଷଧ ଦୋକାନ ବିରୁଦ୍ଧରେ ସ୍ଵର ଉଠାଉଥିଲେ। ପରମିନ୍ଦର ସିଂହ ଝୋଟା ଫେସବୁକ୍ ଲାଇଭ୍ କରୁଥିବା ସମୟରେ ଏକ ଔଷଧ ଦୋକାନକୁ ଯାଇଥିଲେ ଏବଂ ତାଙ୍କୁ ଗୁଳି କରାଯାଇଥିଲା।


