Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର
ଆଜିର ଖବର

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଡକ୍ଟର ପି.କେ. ମିଶ୍ର
ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

ନୂଆଦିଲ୍ଲୀ: ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ରାଜ୍ୟ ଯୋଜନା, ଅର୍ଥ ଓ ଆଇଟି ସଚିବମାନଙ୍କର ସମ୍ମିଳନୀ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି । ସେ ତାଙ୍କ ବକ୍ତବ୍ୟରେ ଭରସାଯୋଗ୍ୟ ପରିସଂଖ୍ୟାନ, ତଥ୍ୟଗତ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶାସନ ଉପରେ ଆଲୋକପାତ କରିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ଏକ ମଜବୁତ ପରିସଂଖ୍ୟାନ ପ୍ରଣାଳୀର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି ।

ଡକ୍ଟର ମିଶ୍ର କହିଛନ୍ତି, ପରିସଂଖ୍ୟାନ, ତଥ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଜନା ପ୍ରସ୍ତୁତି ଓ ପ୍ରଶାସନ ପରସ୍ପର ସହ ଜଡ଼ିତ ଏବଂ ଏସବୁ ଭାରତର ବିକାଶ ଯାତ୍ରାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ । ସେ କହିଛନ୍ତି, ଏକ ମଜବୁତ ପରିଂସଖ୍ୟାନ ପ୍ରଣାଳୀ ଏପରି ହେବା ଉଚିତ୍ ଯାହାଦ୍ୱାରା ସରକାର ରାଜ୍ୟ ଓ ଜିଲ୍ଲାରେ ବିକାଶର ଗତିକୁ ମାପିପାରିବେ, ନୀତିଗତ ପରିଣାମ ଆକଳନ କରିପାରିବେ, ଅଭାବକୁ ଚିହ୍ନଟ କରିପାରିବେ ଏବଂ ସାର୍ବଜନୀନ ସମ୍ବଳରୁ ଆଶାନୁରୂପ ପରିଣାମ ହାସଲ କରିବା ସୁନିଶ୍ଚିତ କରିପାରିବେ । ଯାହା ମାପି ହେବ ନାହିଁ, ତା’କୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରାଯାଇପାରିବ ନାହିଁ । ଆହୁରି ଯାହାକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରାଯାଇପାରିବ ନାହିଁ, ସେଥିରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣି ହେବ ନାହିଁ ।

ଆର୍ଥିକ ପରିମାପ ପଦ୍ଧତିକୁ ଆଧୁନିକ କରିବାର ଆବଶ୍ୟକତା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଭାରତର ପରିଂସଖ୍ୟାନ ବ୍ୟବସ୍ଥାକୁ ଏପରି ଅର୍ଥବ୍ୟବସ୍ଥା ସହ ବିକଶିତ କରାଯିବା ଉଚିତ୍ ଯାହା ଦ୍ରୁତ ଗତିରେ ଡିଜିଟାଲ, ଔପଚାରିକ ଏବଂ ପରସ୍ପର ସହ ଜଡ଼ିତ ହୋଇଚାଲିଛି । ଡକ୍ଟର ମିଶ୍ର କହିଥିଲେ, ୨୦୨୨-୨୩କୁ ଆଧାର ବର୍ଷ ଭାବେ ଗ୍ରହଣ କରି ନୂତନ ଜାତୀୟ ଆକାଉଣ୍ଟସ୍ ସିରିଜ୍ ଆରମ୍ଭ କରିବା ଏବଂ ସଂଶୋଧିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଏବଂ ଶିଳ୍ପ ଉତ୍ପାଦନ ସୂଚକାଙ୍କ ସିରିଜ୍ ପ୍ରଚଳନ କରାଯିବା ପରବର୍ତ୍ତିତ ଆର୍ଥିକ ବାସ୍ତବତା ମୁତାବକ ପରିସଂଖ୍ୟାନ ପଦ୍ଧତିକୁ ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ରାଜ୍ୟ ପରିସଂଖ୍ୟାନ ପ୍ରଣାଳୀର ଗୁରୁତ୍ୱ ଉପରେ ଆଲୋକପାତ କରି ଡକ୍ଟର ମିଶ୍ର କହିଥିଲେ, ଭାରତର ବିକାଶ ଗାଥା ମୂଳତଃ ଏହାର ରାଜ୍ୟଗୁଡ଼ିକର କାହାଣୀ ଯେଉଁଠାରେ ନୀତି କାର୍ଯ୍ୟକାରୀ ହୁଏ, ଆର୍ଥିକ କାର୍ଯ୍ୟକଳାପ ଘଟେ ଏବଂ ନାଗରିକମାନେ ବିକାଶ ଫଳାଫଳ ଅନୁଭବ କରନ୍ତି । ସେ ସରକାରୀ ପରିସଂଖ୍ୟାନର ଗୁଣବତ୍ତା ଉନ୍ନତ କରିବା ପାଇଁ ଦୃଢ଼ ସଂସ୍ଥାଗତ କ୍ଷମତା ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ପାଇଁ ଆହ୍ୱାନ କରିଥିଲେ।

ଡକ୍ଟର ମିଶ୍ର କହିଥିଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ମସିନ୍ ଲର୍ଣ୍ଣିଂ, ଭୂସ୍ଥାନିକ ପ୍ରଣାଳୀ ବା ଜିଓସ୍ପାଟିଆଲ୍ ସିଷ୍ଟମ୍ସ, ଉପଗ୍ରହ ଚିତ୍ର ଏବଂ ଉନ୍ନତ ବିଶ୍ଳେଷଣ ସରକାରୀ ପରିସଂଖ୍ୟାନର ସମୟାନୁବର୍ତ୍ତୀତା, ସୂକ୍ଷ୍ମତା ଏବଂ ଉପଯୋଗିତାକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ। ତଥାପି ପ୍ରଯୁକ୍ତିବିଦ୍ୟାର ଉନ୍ନତି ପରିସଂଖ୍ୟାନ ଗୁଣବତ୍ତା, ସ୍ୱଚ୍ଛତା, ଗୋପନୀୟତା, ସୁରକ୍ଷା ଏବଂ ଦାୟିତ୍ୱ ଦ୍ୱାରା ପରିଚାଳିତ ହେବା ଉଚିତ ବୋଲି ସେ ଚେତାଇ ଦେଇଥିଲେ । ଗତି ହାସଲ କରିବା ଲାଗି ସଠିକ୍ ତଥ୍ୟ ସହ ସାଲିସ୍ କରାଯାଇପାରିବ ନାହିଁ । ସେହିପରି ଗୋପନୀୟତା ସହ ସାଲିସ୍ କରି ତଥ୍ୟକୁ ଅଧିକ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ ।

ଡକ୍ଟର ମିଶ୍ର ପରିସଂଖ୍ୟାନକୁ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ମହତ୍ୱପୂର୍ଣ୍ଣ ସାଧନ ରୂପେ ଅଭିହିତ କରିଥିଲେ । ସେ କହିଥିଲେ, ଏହା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଫଳାଫଳର ତୁଳନା କରିବା, ଉନ୍ନତ ପଦ୍ଧତିକୁ ଚିହ୍ନଟ କରିବା ଏବଂ ଆଞ୍ଚଳିକ ବିଭାଜନକୁ ଦୂର କରିବାରେ ସହାୟତା କରିଥାଏ। ସେ କହିଥିଲେ, ଭାରତ ୨୦୪୭ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ସମୟରେ ଜାତୀୟ ହାରାହାରୀ ତଥ୍ୟ ଯଥେଷ୍ଟ ହେବ ନାହିଁ । ବିକାଶର ଅଭାବ ଚିହ୍ନଟ କରିବା ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ, ଜିଲ୍ଲା ଏବଂ ସ୍ଥାନୀୟ ସ୍ତରରେ ସୂକ୍ଷ୍ମ ତଥ୍ୟର ଆବଶ୍ୟକତା ଦେଖା ଦେବ ।

ଶେଷରେ ଡକ୍ଟର ମିଶ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ, ରାଜ୍ୟ ପରିସଂଖ୍ୟାନ କାର୍ଯ୍ୟାଳୟ, ଅର୍ଥ, ଯୋଜନା ଓ ଆଇଟି ବିଭାଗ, ନୀତି ଆୟୋଗ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ନେଇ ଏକ ମିଳିତ ଜାତୀୟ ପ୍ରୟାସ ପାଇଁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ, ଭାରତ ପାଇଁ ଏପରି ଏକ ପରିସଂଖ୍ୟାନ ଭିତ୍ତିଭୂମି ଆବଶ୍ୟକ ଯାହା ବିଶ୍ୱସନୀୟ, ସ୍ୱଚ୍ଛ, ପ୍ରଯୁକ୍ତିବିଦ୍ୟା-ଭିତ୍ତିକ, ପରସ୍ପର ସହ ସମନ୍ୱୟ ରକ୍ଷାକାରୀ ଏବଂ ନୀତି-ନିର୍ଦ୍ଧାରଣ ପାଇଁ ଉପଯୁକ୍ତ ହୋଇଥିବ। ଏଭଳି ଏକ ବ୍ୟବସ୍ଥା କେବଳ ଭାରତର ରୂପାନ୍ତରଣକୁ ମାପିବ ନାହିଁ, ବରଂ ‘ବିକଶିତ ଭାରତ ୨୦୪୭’ ଦିଗରେ ଏହାକୁ ପରିଚାଳିତ ଓ ତ୍ୱରାନ୍ୱିତ କରିବାରେ ମଧ୍ୟ ସହାୟକ ହେବ।

ଡକ୍ଟର ପି.କେ.ମିଶ୍ର ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ବିକଶିତ ଭାରତ ଲକ୍ଷ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026
Latest News

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.