ରାଜୀବ ଗୌବା ଶୁକ୍ରବାର ଦିନ କ୍ୟାବିନେଟ୍ ସଚିବ ପଦ ସମ୍ଭାଳିଛନ୍ତି । ଝାରଖଣ୍ଡର ୧୯୮୨ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ପି.କେ. ସିହ୍ନାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ରାଜୀବ ଗୌବା ପୂର୍ବରୁ କେନ୍ଦ୍ରୀୟ ଗୃହ ସଚିବ ରହିଥିଲେ । ରାଜୀବ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ୟାବିନେଟ୍ ସଚିବ ପଦବୀରେ ରହିବେ । ମନ୍ତ୍ରିମଣ୍ଡଳ ନିଯୁକ୍ତି ସମିତି ରାଜୀବ ଗୌବାଙ୍କୁ କ୍ୟାବିନେଟ୍ ସଚିବ ରୂପେ ପଦଭାର ସମ୍ଭାଳିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ରାଜୀବ ଗୌବାଙ୍କ ବ୍ୟତୀତ ଅଜୟ କୁମାରଙ୍କୁ ନୂଆ ରକ୍ଷା ସଚିବ ରୂପେ ନିଯୁକ୍ତି ମିଳିଛି । ସେହିପରି ରାଜୀବ ସ୍ଥାନରେ ସଞ୍ଜୟ ମିତ୍ରଙ୍କୁ ଦାୟିତ୍ବ ମିଳିଥିବାବେଳେ ଆଇଏଏସ୍ ସୁଭାଷ ଚନ୍ଦ୍ରଙ୍କୁ ରକ୍ଷା ମନ୍ତ୍ରାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।