Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ
ଆଜିର ଖବର

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rs 9 crore dues from private company: Order to attach government property
Rs 9 crore dues from private company: Order to attach government property

ଭୁବନେଶ୍ବର: ଘରୋଇ କମ୍ପାନୀର ବକେୟା ଟଙ୍କା ମାମଲାରେ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ କମର୍ସିଆଲ୍ କୋର୍ଟ। ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ସମ୍ପର୍କିତ ଏହି ମାମଲାରେ ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୧୨ ମସିହାରେ ଏକ ଘରୋଇ କମ୍ପାନୀ ରାଜ୍ୟର ୧୧୨ଟି ତହସିଲକୁ କମ୍ପ୍ୟୁଟର ଯୋଗାଇଥିଲା। ଏହି କମ୍ପ୍ୟୁଟରଗୁଡ଼ିକର ମୂଲ୍ୟ ପ୍ରାୟ ୭ କୋଟି ୪୬ ଲକ୍ଷ ଟଙ୍କା ଥିଲା। ତେବେ ଏହି ଟଙ୍କା ପରିଶୋଧ ନେଇ ବିବାଦ ଦେଖାଦେଇଥିଲା। ବକେୟା ଅର୍ଥ ସହ ସୁଧ ମିଶି ମୋଟ ରାଶି ୯ କୋଟି ୧୯ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଦାବି କରାଯାଇଛି। ଏହି ଅର୍ଥ ଆଦାୟ ପାଇଁ କମ୍ପାନୀ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିବା ବେଳେ କଟକ କମର୍ସିଆଲ୍ କୋର୍ଟ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ବକେୟା ରାଶି ପୈଠ କରିବାରେ ବିଫଳ ହେବାରୁ କୋର୍ଟ ଏବେ ଅଚଳ ସମ୍ପତ୍ତି ହସ୍ତାନ୍ତର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ଏହି ସମ୍ପତ୍ତି ବିକ୍ରି, ଦାନ କିମ୍ବା ଅନ୍ୟ କୌଣସି ଆକାରରେ ହସ୍ତାନ୍ତର ନକରିବାକୁ ନିଷେଧ କରାଯାଇଛି। ୨୦୧୨ ମସିହାରେ ୧୧୨ଟି ତହସିଲ ଅଫିସକୁ କମ୍ପ୍ୟୁଟର ଯୋଗାଇବା ବାବଦକୁ ‘ସିଲଭେସା ଇନଫୋଟେକ୍‌’ ସଂସ୍ଥାର ୭,୪୬,୪୫,୨୨୭/- ଟଙ୍କାର ମୂଳ ପ୍ରାପ୍ୟ ବାକି ଥିଲା। ଆର୍ବିଟ୍ରେସନ୍ ପ୍ରୋସିଡିଂ ଅନୁଯାୟୀ ୧୦% ସୁଧ ସହ ଏହି ପରିମାଣ ୯,୧୯,୨୮,୦୫୯ ଟଙ୍କାରେ ପହଞ୍ଚିଛି। ସରକାର ଅର୍ଥ ପୈଠ ନକରିବାରୁ ଶେଷରେ କୋର୍ଟ ସମ୍ପତ୍ତି ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କଟକ କମର୍ସିଆଲ୍ କୋର୍ଟ ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026
Latest News

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.