ଜମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଆଜି ଏଲ୍ଓସି ଯିବେ ବୋଲି ଜଣାପଡିଛି। ଏଲ୍ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି। ଗତକାଲିଠୁ ରାୱତ ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି। ତାଙ୍କ ସହ ଚିନାର୍ କପର୍ସ କମାଣ୍ଡର ବି ରହିଛନ୍ତି। ଦୁଇ ଦିନ ତଳେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ନେଇ ଖବର ମିଳିଥିଲା।ଏହାର ଠିକ୍ ପରେ ସ୍ଥଳ ସେନା ମୁଖ୍ୟ କଶ୍ମୀର ଗସ୍ତ କରିଛନ୍ତି। ସେହିପରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରର ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଭାରତୀୟ ସ୍ଥଳ ସେନା। ବାୟୁସେନା ମୁଖ୍ୟ ବି.ଏସ୍. ଧନୋଆ ଗୁଜରାଟ ଗାନ୍ଧୀନଗର ଗସ୍ତରେ ଯାଇଛନ୍ତି।