ବୈଦେଶିକ ମୁଦ୍ରା ଚାଲାଣ ଅଭିଯୋଗରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) 5 ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି। ଚୀନ ଅଭିଯୁକ୍ତମାନେ ଜାତୀୟ ରାଜଧାନୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୩ ରେ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ୩.୨୫ କୋଟି ଟଙ୍କାର ଆମେରିକୀୟ ଡଲାର ଚାଲାଣ କରିବାକୁ ଉଦ୍ୟମ କରୁଥିଲେ। ଅଭିଯୁକ୍ତମାନେ ଦିଲ୍ଲୀରୁ ହଙ୍ଗକଙ୍ଗ ଯାଉଥିଲେ। ଅଭିଯୁକ୍ତମାନେ ବିଦେଶୀ ସୁନା ଭାରତରେ ବିକ୍ରିକରି ବଦଳରେ ଭାରତରୁ ବିଦେଶୀ ମୁଦ୍ରା ନେଇଯିବା ମାମଲା ସହିତ ସମ୍ପୃକ୍ତ ଥିଲେ। ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ ୩୨୫୫୧୦୪୦ ଟଙ୍କା ହେବ ବୋଲି ଜଣାପଡିଛି।