ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ବିକେଟ ହରାଇ ୨୬୪ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଏବଂ ମୟଙ୍କ ଅଗ୍ରଓ୍ବାଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୬ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୫୫ ରନ୍ ସଂଗ୍ରହ କରିଛନ୍ତି। ଖେଳେ ଶେଷ ବେଳକୁ ହନୁମା ବିହାରୀ ୪୨ ଏବଂ ଋଷଭ ପନ୍ତ ୨୭ ରନ୍ କରି ବ୍ୟାଟିଂ କରୁଥିଲେ। ଓ୍ବିଣ୍ଡିଜ୍ ପକ୍ଷରୁ ଅଧିନାୟକ ଜାସନ୍ ହୋଲ୍ଡର ସର୍ବାଧିକ ତିନୋଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ କେମାର ରୋଚ୍ ଏବଂ ରଖିମ୍ କର୍ଣ୍ଣଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ। ବିରାଟ କୋହଲି ୧୬୩ ବଲ୍ର ସମ୍ମୁଖୀନ ହୋଇ ୭୬ ରନ୍ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୧୨୭ ବଲ୍ର ସମ୍ମୁଖୀନ ହୋଇ ୭ ଟି ଚୌକା ସହିତ ୫୫ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଜିଙ୍କ୍ୟ ରାହାଣେ ୨୪ ରନ୍ ସଂଗ୍ରହ କରିଥିଲେ।