ଘରୋଇ ଉତ୍ପାଦ ହାର (ଜିଡିପି) ଅଭିବୃଦ୍ଧି ହାରରେ ହ୍ରାସକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ରହିଛି ବୋଲି ସେ ଟ୍ବିଟ୍ କରି ମୋଦି ସରକାରକୁ ପ୍ରଶ୍ନ କରିଛନ୍ତି । ଅଚ୍ଛେ ଦିନ୍ର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ରୂପ ଜିଡିପି ହ୍ରାସରୁ ସ୍ପଷ୍ଟ ହୋଇଯାଇଛି । ଜିଡିପିର ଅଭିବୃଦ୍ଧି ହେଉଛି, ନା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଉଛି ଦେଶରେ କେବଳ ବେକାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କେନ୍ଦ୍ର ସରକାରଙ୍କ ନାକତଳେ ବ୍ୟାଙ୍କ ଠକେଇ ହେଉଥିବା ଆରବିଆଇ କହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରିପୋର୍ଟରେ ଜିଡିପି 5.8 ପ୍ରତିଶତରୁ ହ୍ରାସ ପାଇ 5 ପ୍ରତିଶତରେ ପହଞ୍ଚିଛି ।