Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ
ଆଜିର ଖବର

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ: ରାସ୍ତାକଡ଼ରୁ ଉଦ୍ଧାର ହେଲା ପୁଲିସ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଉଛନ୍ତି ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ରମା ଶଙ୍କରଙ୍କ ଘର ବିଞ୍ଝଗିରି ନିକଟସ୍ଥ ପଥରା ଗ୍ରାମରେ। ସେ ଭଞ୍ଜନଗରର ଲଣ୍ଡେଇସାହିରେ ରହୁଥିଲେ। ଗତ ଚାରି ବର୍ଷ ଧରି ସେ ବେଲଗୁଣ୍ଠା ଥାନାରେ କାର୍ଯ୍ୟ କରୁଥିଲେ। ଶନିବାର ରାତି ପ୍ରାୟ ୯ଟା ସମୟରେ ସେ ନିଜ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲରେ ଥାନାରୁ ବାହାରିଥିଲେ। ହେଲେ ରାତିରେ ତାଙ୍କ ସହ ଘଟିଥିବା ଅଘଟଣ ତାଙ୍କ ପରିବାର ଓ ସହକର୍ମୀଙ୍କୁ ଗଭୀର ଦୁଃଖରେ ପକାଇଛି।

ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର କଲେଜ ନିକଟସ୍ଥ ଏକ ପୋଖରୀ ପାଖରେ ରମା ଶଙ୍କର ଓ ତାଙ୍କ ମୋଟରସାଇକେଲ ପଡ଼ିଥିବା ନେଇ ପୁଲିସକୁ ଖବର ମିଳିଥିଲା। ସୂଚନା ପାଇ ଜଗନ୍ନାଥପ୍ରସାଦ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଜଗନ୍ନାଥପ୍ରସାଦ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ଅନୁମାନ ଅନୁଯାୟୀ, କୌଣସି ଅଜଣା ଗାଡ଼ି ଧକ୍କା ଦେବା କିମ୍ବା ରାସ୍ତାରେ ହଠାତ୍‌ ଜଙ୍ଗଲୀ ଜନ୍ତୁ ଆସିଯିବାରୁ ଦୁର୍ଘଟଣା ଘଟିଥାଇପାରେ। ତେବେ ମୋଟରସାଇକେଲରେ ଆଖିଦୃଶିଆ କ୍ଷୟକ୍ଷତି ହୋଇନଥିବା ବେଳେ ରମା ଶଙ୍କରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଜଣାପଡ଼ିଛି। ସେ କିଛି ଦୂର ଘୋଷାଡ଼ି ହୋଇଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଏହି ପରିସ୍ଥିତିରେ ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ କି ଅନ୍ୟ କୌଣସି କାରଣରୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ତାରସିଂ ଥାନାରେ କାର୍ଯ୍ୟରତ ତାଙ୍କ ଭାଇ କନେଷ୍ଟବଲ ଉମା ଶଙ୍କର ସ୍ୱାଇଁଙ୍କୁ ସୂଚନା ଦିଆଯାଇଛି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଛି।

ରମା ଶଙ୍କର ଜଣେ ସରଳ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ୍‌ କ୍ଲବ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ମୃତ କନେଷ୍ଟବଳଙ୍କ ଦୁଇ ପୁଅ ଥିବା ବେଳେ ବଡ଼ ପୁଅ ଯୁକ୍ତଦୁଇ ଏବଂ ସାନ ପୁଅ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ଏହି ଅକାଳ ବିୟୋଗରେ ପରିବାର ଲୋକଙ୍କ ସହ ସହକର୍ମୀ ଓ ପରିଚିତ ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

#Bhanjanagar #Jagannathprasad #PoliceConstableDeath
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.