Heavy Rain Alert: ଭାରତୀୟ ପାଣିପାଗ ବିଭାଗ (IMD) ଆଜି ତାମିଲନାଡୁ, ପୁଡୁଚେରୀ ଏବଂ କାରାଇକାଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ‘ଅରେଞ୍ଜ’ (Orange) ଚେତାବନୀ ଜାରି କରିଛି। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ, କେରଳ, ମାହେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ତେଲେଙ୍ଗାନା, ମଧ୍ୟପ୍ରଦେଶ, କୋଙ୍କଣ, ଗୋଆ ଏବଂ ମହାରାଷ୍ଟ୍ରରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଲକ୍ଷଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଆଜି ସମାନ ପାଗ ରହିବ ବୋଲି ଆଶା କରାଯାଉଛି। ଦିଲ୍ଲୀ ପାଇଁ ପାଣିପାଗ ବିଭାଗ ଆଜି ଆକାଶ ସଫା ରହିବ ବୋଲି ପୂର୍ବାନୁମାନ କରିଛି।


