Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଶେଷ
ଆଜିର ଖବର

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଶେଷ

October 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭବାନୀପାଟଣା: କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି। ଛତର ଦର୍ଶନ ପାଇଁ ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପାରମ୍ପରିକ ରୀତିନୀତି, ଘୁମୁରା ନୃତ୍ୟ ଓ ବୀରବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସହର।
ମହାଷ୍ଟମୀ ରାତିରେ ପୂଜାର୍ଚ୍ଚନା ପରେ ମା’ଙ୍କ ଚଳନ୍ତି ପ୍ରତିମା ଛତରକୁ ଜେନାଖାଲକୁ ନିଆଯାଇଥିଲା। ସୋମବାର ସକାଳ ୫ଟାରୁ ପୂଜାପାଠ ପରେ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ଘୁମୁରା, ଘଣ୍ଟ ଓ ନିଶାଣ ବାଦ୍ୟର ତାଳେ ଛତର ଝୁମି ଝୁମି ସକାଳ ୭ଟା ୪୪ ମିନିଟ୍‌ରେ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲା।
ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ଛିଟକନା, ଶାଢ଼ି, ନଡ଼ିଆ, ମନ୍ଦାର ଫୁଲ ଓ ବେଲପତ୍ର ଅର୍ପଣ କରିଥିଲେ। ପରମ୍ପରା ଅନୁଯାୟୀ ବିଭିନ୍ନ ପଶୁପକ୍ଷୀଙ୍କ ବଳି ଦିଆଯାଇଥିବାରୁ ଜାତୀୟ ରାଜପଥ ୨୬ର କିଛି ଅଂଶ ରକ୍ତରଞ୍ଜିତ ହୋଇଥିଲା। ଛତର ମନ୍ଦିରରେ ପହଞ୍ଚିବା ପରେ ମହାରାଜା ଅନନ୍ତପ୍ରତାପ ଦେଓ ଓ ତାଙ୍କ ପରିବାର ସଦସ୍ୟ ବନ୍ଦାପନା କରିଥିଲେ।
ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ନଜର ରଖାଯାଇଥିଲା। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ୍‌ପି ନାଗରାଜ ଦେବରକୋଣ୍ଡା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ମା’ଙ୍କ ଦର୍ଶନ କରିଥିଲେ।

କଳାହାଣ୍ଡି ଛତର ଯାତ୍ରା ମା’ ମାଣିକେଶ୍ୱରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ; ଉତ୍ସବମୁଖର ପରିବେଶ

October 19, 2026

କେନ୍ଦ୍ରାପଡ଼ାରେ ଭୟଙ୍କର ଦୁର୍ଘଟଣା: ନାଳକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭରଙ୍କ ସମେତ ୨ ଆହତ

October 19, 2026

ଭଦ୍ରକରେ ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

October 19, 2026

Heavy Rain Alert: ଆଜି ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

October 19, 2026
Latest News

Tiger Shroff Firing Case: ଗୁଳିକାଣ୍ଡ ପରେ ଟାଇଗରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

October 19, 2026

ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ; ଉତ୍ସବମୁଖର ପରିବେଶ

October 19, 2026

କେନ୍ଦ୍ରାପଡ଼ାରେ ଭୟଙ୍କର ଦୁର୍ଘଟଣା: ନାଳକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭରଙ୍କ ସମେତ ୨ ଆହତ

October 19, 2026

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଶେଷ

October 19, 2026

ଭଦ୍ରକରେ ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

October 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.