ମହାରାଷ୍ଟ୍ରର ଧୂଲେରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ୨୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧିପାଇପାରେ ବୋଲି କୁହାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ବିସ୍ଫୋରଣଜନିତ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସମେତ ଫ୍ୟାକ୍ଟ୍ରିର ଅଧିକାରୀ ଓ ସ୍ଥାନୀୟ ଲୋକେ ଲାଗିଛନ୍ତି । ଅଘଟଣ ସମୟରେ ପ୍ରାୟ ୪୦ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ପୁରୁଷ କର୍ମଚାରୀ ରହିଛନ୍ତି । ଫ୍ୟାକ୍ଟ୍ରିରୁ ବାହାରୁଥିବା ବିଷାକ୍ତ ଗ୍ୟାସ ଆଖପାଖ ଗ୍ରାମରେ ବ୍ୟାପିବାକୁ ଆରମ୍ଭ କରିଛି