Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!
ଆଜିର ଖବର

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇଟାଲୀ: ଇଟାଲୀରେ ହିଂସା ଓ ଲୁଟ୍‌ପାଟକୁ ନେଇ ଏବେ ରାଜନୀତି ଗରମ। ମିଲାନର ରାସ୍ତାରେ ଭଙ୍ଗାରୁଜା, ଦୋକାନ ଲୁଟ୍‌ ଓ ପୁଲିସ ସହ ସଂଘର୍ଷ ପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ପ୍ରତିବାଦ ନାଁରେ ହିଂସା ଚଳିବ ନାହିଁ, ଆଇନ ଭାଙ୍ଗିଲେ ମିଳିବ କଠୋର ଦଣ୍ଡ ମିଳିବା ନେଇ ସରକାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।

ମିଲାନରେ ବର୍ଷ ଶେଷ ସୁଦ୍ଧା ଅତିରିକ୍ତ ୫୦୦ ସୈନିକ ମୁତୟନ କରିବାକୁ ଘୋଷଣା ହୋଇଛି। ନାବାଳକଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପାଇଁ ଅଭିଭାବକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିପାରେ। ୧୪ ବର୍ଷରୁ ଅଧିକ ବୟସର ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ମଧ୍ୟ ସହଜ ହେବ। ହିଂସାତ୍ମକ ପ୍ରତିବାଦରେ ସାମିଲ ଲୋକଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୨୦ ହଜାର ୟୁରୋ ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ଗତ ଶନିବାର ମିଲାନରେ ହୋଇଥିବା ହିଂସାରେ ପ୍ରାୟ ୧୦ ଲକ୍ଷ ୟୁରୋର କ୍ଷୟକ୍ଷତି ହୋଇଥିବା ଦାବି କରାଯାଇଛି। ଦୋକାନ ଲୁଟ୍‌ ହୋଇଥିଲା, ସମ୍ପତ୍ତି ଭଙ୍ଗାରୁଜା କରାଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ହୋଇଥିଲା। ଏହାକୁ ନେଇ ମେଲୋନି ସରକାର ଆଉ ନରମ ଆଭିମୁଖ୍ୟ ନେବାକୁ ଚାହୁଁନାହାନ୍ତି।

ଏହି ଘଟଣାରେ ଆଉ ଏକ ଦିଗ ସରକାରଙ୍କ ଚିନ୍ତା ବଢ଼ାଇଛି। ସୋସିଆଲ ମିଡିଆରେ ଭିଡିଓ ଦେଖି କିଛି ଯୁବକ, ଏପରିକି ନାବାଳକ, ଗୋଷ୍ଠୀବଦ୍ଧ ହୋଇ ଭଙ୍ଗାରୁଜା ଓ ଲୁଟ୍‌ପାଟରେ ସାମିଲ ହୋଇଥିବା ଦାବି ହୋଇଛି। ଏହାକୁ ରୋକିବା ପାଇଁ ମାସ୍କ କିମ୍ବା ହୁଡ୍‌ ପିନ୍ଧି ପରିଚୟ ଲୁଚାଉଥିବା ଲୋକଙ୍କୁ ଚିହ୍ନଟ କରିବାରେ ବାୟୋମେଟ୍ରିକ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ମେଲୋନିଙ୍କ ଏହି କଠୋର ପଦକ୍ଷେପ ଏବେ ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଉଛି—ସରକାରଙ୍କ ପାଇଁ ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରାଥମିକତା। ତେବେ କଠୋର ଆଇନ ହିଂସାକୁ କେତେ ଦୂର ରୋକିପାରିବ ଏବଂ ନାଗରିକଙ୍କ ଅଧିକାର ସହ ସୁରକ୍ଷାର ସନ୍ତୁଳନ କିପରି ରହିବ, ତାହା ଆଗାମୀ ଦିନରେ ଇଟାଲୀ ରାଜନୀତିର ମୁଖ୍ୟ ଚର୍ଚ୍ଚା ହୋଇପାରେ।

GiorgiaMeloni Italy Security Measures Milan Violence
Share. Facebook Twitter LinkedIn Email WhatsApp Copy Link

Related Posts

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026

ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ!

October 21, 2026

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍‌ ମସ୍କ

October 21, 2026
Latest News

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026

ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ!

October 21, 2026

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.