ରିଲିଜ୍ ହୋଇଛି ପ୍ରସ୍ଥାନମ୍ର ଟ୍ରେଲର। ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବଂ ମନୀଷା କୋଇରାଲା ଦୀର୍ଘ ଏକ ଦଶନ୍ଧି ପରେ ଏକତ୍ର ନଜର ଆସିବାକୁ ଯାଉଥିବା ବେଳେ ପରିବାର ମଧ୍ୟରେ କ୍ଷମତାକୁ ନେଇ ଲଢେଇ ଦେଖିବାକୁ ମିଳିଛି। ଫିଲ୍ମରେ କ୍ଷମତାହାସଲ କରିବା ନେଇ ସଞ୍ଜୟ ଦତ୍ତ/ଚଙ୍କି ପାଣ୍ଡେ ଏବଂ ଅଲୀ/ ସତ୍ୟଜିତ୍ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତା କରୁଥିବା ଦେଖାଯାଇଛି। ୨୦୧୦ ର ତେଲୁଗୁ ବ୍ଲକ୍ବଷ୍ଟର ପ୍ରସ୍ଥାନମ୍ର ଅଫିସିଆଲ୍ ରିମେକ୍ ହେଉଛି ଏହି ଫିଲ୍ମ। ମୂଳ ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଦେବା କଟ୍ଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଫରହାଦ୍ ସାମ୍ଜୀ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ସଞ୍ଜୟ ଓ ମନୀଷାଙ୍କ ବ୍ୟତୀତ ଅଲୀ ଫଜଲ, ସତ୍ୟଜିତ୍ ଦୁବେ, ଅମାଇରା ଦସ୍ତୁର, ଜ୍ୟାକି ଶ୍ରଫ୍ ଏବଂ ଚଙ୍କି ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୦ସେପ୍ଟେମ୍ବରରେ ଦ ଜୋୟା ଫ୍ୟାକ୍ଟର ସହିତ ରିଲିଜ୍ ହେବ ।