Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ
ଆଜିର ଖବର

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ
ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରେ ନାମ ଲେଖାଇଥିବା ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ନିୟମାବଳୀ, ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ ଫାର୍ମାସି କ୍ଷେତ୍ରରେ ରହିଥିବା ବିଭିନ୍ନ ବୃତିଗତ ସୁଯୋଗ ସଂପର୍କରେ ନବାଗତମାନଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଉଦ୍‌ଘାଟନୀ ଅଧିବେଶନରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି ମୁଖ୍ୟ ଅତିଥି, ଓଡ଼ିଶା ଡ୍ରଗ୍ସ କଂଟ୍ରୋଲ୍ ଆଡ୍‌ମିନିଷ୍ଟ୍ରେସନ୍‌ର ଡେପୁଟି ଡ୍ରଗ୍ସ କଂଟ୍ରୋଲର ଡକ୍ଟର ଲଳିତ କୁମାର ସାହୁ ମୁଖ୍ୟ ବକ୍ତା ଏବଂ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍‌ପିଏସ ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ପ୍ରଥମ ଦିନରେ ପରୀକ୍ଷା ନିୟମାବଳୀ, ହଷ୍ଟେଲ୍ ନିୟମ ଏବଂ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଅଧ୍ୟାପକ, ସଂଯୋଜକ, ମେଂଟର ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ସହ ଛାତ୍ରଛାତ୍ରୀଙ୍କ ପରିଚୟ କରାଯାଇଥିଲା। ଏହାଦ୍ୱାରା ଶୈକ୍ଷିକ ଓ ପ୍ରଶାସନିକ ସହାୟତା ବ୍ୟବସ୍ଥା ସଂପର୍କରେ ସେମାନେ ଅବଗତ ହୋଇଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଫାର୍ମାସ୍ୟୁଟିକାଲ ଶିଳ୍ପ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଏସ୍‌ପିଏସର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଆଲୋଚନାଚକ୍ର। ଏଥିରେ ମର୍କ ଗ୍ରୁପର କ୍ଲିନିକାଲ୍ ସେଫ୍‌ଟି ମ୍ୟାନେଜର ମାନସ ରଞ୍ଜନ ଲେଙ୍କା, ଓଡ଼ିଶା ସରକାରଙ୍କ ଡାଇରେକ୍ଟୋରେଟ୍ ଅଫ୍ ଡ୍ରଗ୍ସ କଂଟ୍ରୋଲର ଡ୍ରଗ୍ସ ଇନ୍ସପେକ୍ଟର ସୁକାନ୍ତ ସାହୁ, ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲର ମ୍ୟାନେଜର -ପ୍ରୋକ୍ୟୁରମେଂଟ (ଫାର୍ମାସି) ଶ୍ରୀ ପ୍ରଶାନ୍ତ କୁମାର ଦାସ ଏବଂ ଆଇକ୍ୟୁଭିଆର ସେଫ୍‌ଟି ଆଗ୍ରିଗେଟ୍ ରିପୋର୍ଟ ମ୍ୟାନେଜର ଆଶିଷ କୁମାର ମହାପାତ୍ର ଯୋଗ ଦେଇଥିଲେ। ଆଲୋଚନାରେ ବୃତିଗତ ଦାୟିତ୍ୱ, ଶିଳ୍ପ କ୍ଷେତ୍ରର ଆଶା ଓ ଆବଶ୍ୟକତା, ନିୟାମକ ବ୍ୟବସ୍ଥା, ଔଷଧର ସୁରକ୍ଷା ଏବଂ କ୍ୟାରିୟର ଗଠନ ସଂପର୍କରେ ଉପାଦେୟ ତଥ୍ୟ ମିଳିଥିଲା।

ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌), କ୍ରୀଡ଼ା, ବିଭିନ୍ନ ଛାତ୍ର କ୍ଲବ୍‌, ନିଯୁକ୍ତି ସହାୟତା ଏବଂ ଗ୍ରାଜୁଏଟ୍ ଫାର୍ମାସି ଆପ୍‌ଟିଚ୍ୟୁଡ୍ ଟେଷ୍ଟ୍ (ଜିପିଏଟି) ପ୍ରସ୍ତୁତି ଭଳି କାର୍ଯ୍ୟକ୍ରମ ଓ ସୁଯୋଗ ସଂପର୍କରେ ଅବଗତ କରାଯାଇଥିଲା। ଫାର୍ମାସି ଶିକ୍ଷାର ପରିସର ଏବଂ ସ୍ୱାସ୍ଥ୍ୟସେବା ଓ ଗବେଷଣା କ୍ଷେତ୍ରରେ ଏହି ବୃତିର ବଦଳୁଥିବା ଭୂମିକା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ସୋଆର ବିଭିନ୍ନ ପ୍ରମୁଖ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଏଥିରେ ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌, ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ୍ ଆନିମଲ୍ ହଜବାଣ୍ଡ୍ରି ଏବଂ ସୋଆର ଔଷଧ ଶିଳ୍ପଭିତିକ ପଦକ୍ଷେପ ସମ୍ ଲାଇଫ୍ ସାଇନ୍‌ସେସ୍ ଅନ୍ତର୍ଭୁକ୍ତ ଥିଲା। ଏହି ପରିଦର୍ଶନ ମାଧ୍ୟମରେ ନବାଗତମାନେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗବେଷଣା ଓ ଶିଳ୍ପ କ୍ଷେତ୍ରକୁ ନେଇ ଗଢ଼ିଉଠିଥିବା ସୋଆର ବହୁମୁଖୀ ଶୈକ୍ଷିକ ପରିବେଶ ସଂପର୍କରେ ଧାରଣା ଲାଭ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

October 24, 2026
Latest News

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.