Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬
ଆଜିର ଖବର

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬
ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

ନୂଆଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଏବଂ ରାଜ୍ୟର ପାରମ୍ପରିକ କୃଷିଜାତ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌)କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି। ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଉତ୍କୃଷ୍ଟ ଅବଦାନ ପାଇଁ ଓରମାସ୍‌କୁ ଏହି ସମ୍ମାନ ମିଳିଛି।

ଏହି ସଫଳତା ପାଇଁ ଓରମାସ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଏହି ସମ୍ମାନ ଓରମାସ୍‌ ଟିମ୍‌ର ନିଷ୍ଠା ଓ ଉଦ୍ୟମର ସ୍ୱୀକୃତି। ଗ୍ରାମୀଣ ଉତ୍ପାଦକଙ୍କୁ ଅଧିକ ବଜାର ସୁଯୋଗ ଦେବା, ସେମାନଙ୍କ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏବଂ ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା ଦିଗରେ ଆମେ ଆଗକୁ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିବୁ।”

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟରତ ଓରମାସ୍‌ ଚାଷୀ ଓ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟାପକ ବଜାର ସହ ଯୋଡ଼ିବା ସହ ସେମାନଙ୍କ ଉତ୍ପାଦର ବିପଣନ, ବ୍ରାଣ୍ଡିଂ ଓ ମୂଲ୍ୟବୃଦ୍ଧି ଉପରେ ଗୁରୁତ୍ୱ ଦେଇଆସୁଛି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓରମାସ୍‌ ପକ୍ଷରୁ ୮ଟି ଜିଲ୍ଲାର ୧୫ ପ୍ରକାର ପାରମ୍ପରିକ ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ଏହି ପଦକ୍ଷେପରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି।

ଓରମାସ୍‌ର ସିଇଓ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମ୍ମାନ ଓଡ଼ିଶାର କୃଷି ଐତିହ୍ୟ, ଗ୍ରାମୀଣ ଉତ୍ପାଦକ ଓ ଓରମାସ୍‌ ଟିମ୍‌ର ଉଦ୍ୟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ।

BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ ଓରମାସ୍ ଗ୍ରାମୀଣ ଉଦ୍ୟୋଗ ବିଶ୍ୱ ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ୨୮ରେ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

October 25, 2026

ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ

October 25, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପ ହେଲା ସାକାର: ୧୧ କୋଟି କୃଷକଙ୍କୁ ମିଳିଲା ‘ଫାର୍ମର ଆଇଡି’

October 25, 2026
Latest News

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ୨୮ରେ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

October 25, 2026

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026

ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ

October 25, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପ ହେଲା ସାକାର: ୧୧ କୋଟି କୃଷକଙ୍କୁ ମିଳିଲା ‘ଫାର୍ମର ଆଇଡି’

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.