ରାଜ୍ୟ ସରକାର ରାସନ କାର୍ଡ଼ ସହ ଆଧାର ସଂଯୋଗ ଅବଧିକୁ ବୃଦ୍ଧି କରିଛନ୍ତି। ରାସନ କାର୍ଡ଼ ସହ ଆଧାର ଲିଙ୍କ ଅବଧି ପୂର୍ବରୁ ଅଗଷ୍ଟ ୩୧ ଯାଏଁ ଥିବା ବେଳେ ତାହା ବର୍ତ୍ତମାନ ବୃଦ୍ଧି କରାଯାଇ ଶେଷ ତାରିଖ ସେପ୍ଟେମ୍ବର ୧୫ କୁ ରଖାଯାଇଛି। ରାସନ କାର୍ଡ଼ ପାଇଁ ଆଧାର ଲିଙ୍କ କରିବାର ଅବଧିର ଆଜି ଶେଷ ଦିନ ଥିଲା। ସେହିପରି ଖରିଫ ଋୁତୁରେ ଧାନ ବିକ୍ରୟ ଲାଗି ଚାଷୀ ପଞ୍ଜୀକରଣ ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୦ ଯାଏଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।