ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରେ ଦିଲ୍ଲୀ ରାମଲୀଲା ମୈଦାନରେ ହେବାକୁ ଥିବା ମହାରାଲି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ସୋସିଆଲ ମିଡିଆରେ ପୋଷ୍ଟ କରି ରାହୁଲ କହିଛନ୍ତି, “ଆମ ଭୋଟ ଚୋରି ହେଉଛି ଏବଂ ଆମେ ଏହାକୁ ଚୁପଚାପ୍ ସହିବୁ ନାହିଁ। ଭୋଟର ତାଲିକାରୁ ନାମ କଟାଗଲା, ନିୟମ ଭଙ୍ଗାଗଲା ଏବଂ ପ୍ରଶ୍ନ ପଚାରୁଥିବା ଲୋକଙ୍କ ଉପରେ ଲାଠି ଚାଲିଲା। ଏବେ ଜବାବ ଦେଶ ଦେବ।”
ନଭେମ୍ବର ୧ – ଚାଲ ଦିଲ୍ଲୀ, ଭୋଟ ବଞ୍ଚାଅ – ଦେଶ ବଞ୍ଚାଅ ଜନ ମାର୍ଚ୍ଚ ଓ ମହାରାଲି
ଛାତ୍ର, କୃଷକ, ଶ୍ରମିକ, ମହିଳା, ଯୁବକ ଓ ବ୍ୟବସାୟୀ – ଯାହାକୁ ଗଣତନ୍ତ୍ର ପାଇଁ ଚିନ୍ତା ଅଛି ସମସ୍ତେ ଆସନ୍ତୁ ବୋଲି ରାହୁଲ କହିଛନ୍ତି।
ବିଜେପିକୁ ଧନ୍ୟବାଦ କାହିଁକି?
ରାହୁଲ କଟାକ୍ଷ କରି କହିଛନ୍ତି ଯେ, “ବିଜେପି ଓ ତାର ସହଯୋଗୀଙ୍କୁ ହୃଦୟରୁ ଧନ୍ୟବାଦ, ଯେଉଁମାନେ ଏହି କାର୍ଯ୍ୟକ୍ରମର ଜୋରଦାର ପ୍ରଚାର କରୁଛନ୍ତି ଏବଂ ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଆଗାମୀ ୭ ଦିନ ଏହି ଯୋଶ୍ ବଜାୟ ରଖନ୍ତୁ।”
ସୂଚନାଯୋଗ୍ୟ, କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧ କରୁଛି ଏବଂ ଭୋଟ ଚୋରି ଅଭିଯୋଗ ଆଣିଛି। ରାଲି ପାଇଁ କଂଗ୍ରେସ ଶୀର୍ଷ ନେତାଙ୍କୁ ଭିଡ଼ ଜୁଟାଇବା ଟାର୍ଗେଟ ଦେଇଛି।


